ଦେଶ ବିଦେଶବଲିଉଡମନୋରଞ୍ଜନ

ମେଣ୍ଟାଲ୍‌ ହେଲ୍‌ଥ୍‌ ସଚେତନତା ପାଇଁ ଦୀପିକାଙ୍କୁ ଓସ୍କାର ଆୱାର୍ଡ

ଜଣେ ଅଭିନେତା ବା ଅଭିନେତ୍ରୀଙ୍କ ପାଇଁ ସବଠାରୁ ବଡ଼ ସ୍ୱପ୍ନ ଓସ୍କାର ଆୱାର୍ଡ । ସାରା ବିଶ୍ୱର ସବୁଠାରୁ ଭଲ କଳାକାରଙ୍କୁ ଏହି ଆୱାର୍ଡ ମିଳିଥାଏ ।

ଏହାର କ୍ୟାଟେଗୋରୀ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରତ୍ୟକ କଳାକାରଙ୍କୁ କଠିନରୁ କଠିନ ପରିଶ୍ରମ କରିବାକୁ ପଡ଼େ । ତେବେ ଚଳିତ ଦିନରେ ଏହି ଆୱାର୍ଡ ଶୋ ଏବେ ଚର୍ଚ୍ଚାରେ ରହିଛି । କାଲିଫର୍ଣ୍ଣିଆ ସ୍ଥିତ ଲସ୍‌-ଏଞ୍ଜେଲସ୍‌ର ଡଲ୍‌ବି ଥିଏଟରରେ ଓସ୍କାର ପୁରସ୍କାର ସମାରୋହ ବର୍ତ୍ତମାନ ଚାଲୁରହିଛି । ଏହି ଆୱାର୍ଡ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଇଁ ଏବେ ଖାସ୍‌ । କାରଣ ତାଙ୍କୁ ମିଳିଛି ଟାଇମ୍‌ ୧୦୦ ଇମ୍ପ୍ୟାକ୍ଟ ଆୱାର୍ଡ । ଏହାର ସୂଚନା ସେ ନିଜେ ସୋସିଆଲ୍‌ ମିଡିଆ ଜରିଆରେ ଦେଇଛନ୍ତି । ଏହି ସମ୍ୱନ୍ଧୀୟ ଏକ ପୋଷ୍ଟ କରି ଦୀପିକା ଲେଖିଛନ୍ତି ଯେ, “ସୋମବାର ସକାଳ ମୋ ପାଇଁ ବହୁତ ଶୁଭ । ଏହି ଆୱାର୍ଡ ଦ୍ୱାରା ଉକ୍ତ ମନୋନୀତ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ ଯେଉଁମାନେ କି ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ପରିଚୟ ବ୍ୟବହାର କରନ୍ତି । ଏହି ନାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଦୀପିକା ପାଦୁକୋନଙ୍କର, ଯିଏ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ କାମ କରିଛନ୍ତି” ।

୨୦୧୫ରୁ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଛନ୍ତି ଦୀପିକା

କିଛି ବର୍ଷ ତଳେ ଦୀପିକା ନେଜେ ଡିପ୍ରେସନ୍‌ର ଶିକାର ହୋଇଥିଲେ । ଯାହାପରେ ସେ ମେଣ୍ଟାଲ୍‌ ହେଲ୍‌ଥ ଫାଉଣ୍ଡେସନ୍‌ର ଆରମ୍ଭ କଲେ । ଦୀପିକା ପୂର୍ବରୁ ଏନେଇ କହିଥିଲେ ଯେ ୨୦୧୪ରେ ମୁଁ ଡିପ୍ରେସନ୍‌ର ଶିକାର ହୋଇଥିଲି । ଏହାପରେ ମୁଁ ଏହି ଫାଉଣ୍ଡେସନ୍‌ ଆରମ୍ଭ କରିଥିଲି ।

Show More

Related Articles

Back to top button