ମନୋରଞ୍ଜନ

ସବ୍ସକ୍ରିପ୍‌ସନ ମହଙ୍ଗା କଲା Netflix !

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରେ ଏବେ ମନୋରଞ୍ଜନ ବି ମହଙ୍ଗା

ପୁଣିଥରେ ନିର୍ବାଚନ ପରର ସ୍ଥିତି ଫେରିଛି। ତେଲ ମୂଲ୍ୟ ବଢ଼ିବା ସାଙ୍ଗକୁ ସବୁ ସାମଗ୍ରୀର ଦର ବଢ଼ିବାରେ ଲାଗିଛି। କେବଳେ ସେତିକି ନୁହେଁ ଟେଲିକମ୍ପ ସେକ୍ଟର ହେଉ କମ୍ବା ମନୋରଞ୍ଜନ, ସବୁଥିରେ ଆକାଶଛୁଆଁ ଦର ଲୋକଙ୍କ ପକେଟ୍ ଖାଲି କରିବାରେ ଲାଗିଛି। ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସ ମଧ୍ୟ ତାର ମୂଲ୍ୟ ବଢ଼ାଇବ ବୋଲି କହିଛି। ଚଳିତ ବର୍ଷ ଜାନୁଆରୀ ମାସରେ ସବ୍ସସ୍କ୍ରିପ୍‌ସନ୍‌ର ମୂଲ୍ୟ ବଢ଼ାଇବା ନେଇ ଘୋଷଣା କରିଥିଲା କମ୍ପାନୀ। ହେଲେ ନୂଆ ମୂଲ୍ୟ ଲାଗୁ କରି ନଥିଲା। ଏବେ ନୂଆ ମୂଲ୍ୟ ଲାଗୁ କରିବ ବୋଲି ଶୁଣିବାକୁ ମିଳିଛି। ତେବେ କାନାଡ଼ା ଓ ଆମେରିକାର କମ୍ପାନୀ ପୂର୍ବରୁ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରିସାରିଛି। ଆମେରିକାରେ ପ୍ଲାନ୍‌ର ମୂଲ୍ୟ ୧୯.୯୯ ଡଲାର କରିଦେଇଛି (ପାଖାପାଖି ୧୫୨୦ ଟଙ୍କା) ରହିଛି। ଟପ୍‌ ଟିୟର 4k ପ୍ଲାନ୍ ପାଇଁ ଏହି ମୂଲ୍ୟ ରହିଛି। ଭାରତରେ ଏହି ପ୍ଲାନ୍‌ର ମୂଲ୍ୟ ବର୍ତ୍ତମାନ ୬୪୯ ରହିଛି। କମ୍ପାନୀ ଏବେ ଏହି ପ୍ଲାନ୍‌ର ମୂଲ୍ୟ ବଢ଼ାଇ ଦେଇଛି।

ବେସିକ୍‌ ପ୍ଲାନ୍‌ର ମୂଲ୍ୟ ଆମେରିକାରେ ମାସକୁ ୮.୯୯ ଡଲାରୁ ୯.୯୯ ଡଲାର କରିଦିଆ ଯାଇଛି। ସେହିପରି ଷ୍ଟାଣ୍ଡାର୍ଡ ପ୍ଲାନ୍‌ର ମୂଲ୍ୟ ୧୩.୯୯କୁ ୧୫.୪୯ ପ୍ରତି ଡଲାର କରିଦିଆ ଯାଇଛି। ଭାରତୀୟ ଟଙ୍କାରେ ଏହି ମୂଲ୍ୟକୁ ହିସାବ କଲେ ନେଟ୍‌ଫ୍ଲିକ୍‌ସ ବେସି୍‌କ ପ୍ଲାନ୍‌ର ମୂଲ୍ୟ ମାସକୁ ୭୬୦କୁ ବୃଦ୍ଧି କରିଥିବା ବେଳେ ଷ୍ଟାଣ୍ଡାର୍ଡ ପ୍ଲାନ୍‌ର ମୂଲ୍ୟ ୧୧୮୦ ଟଙ୍କା କରିଦେଇଛି। ହେଲେ ଭାରତରେ କିନ୍ତୁ ନେଟ୍‌ଫ୍ଲିକ୍ସ ପ୍ଲାନ୍‌ର ମୂଲ୍ୟ ଆମେରିକା ତୁଳନାରେ କମ୍ ରହିଛି। ଏଠାରେ ବର୍ତ୍ତମାନ ନେଟଫ୍ଲିକ୍ସରେ ବେସିକ୍‌ ପ୍ଲାନ୍‌ର ମୂଲ୍ୟ ୧୯୯ ରହିଥିବା ବେଳେ ଷ୍ଟାଣ୍ଡାର୍ଡ ପ୍ଲାନ୍‌ର ମୂଲ୍ୟ ୪୯୯ ରହିଛି। ଖୁବ୍‌ଶୀଘ୍ର ପ୍ଲାନ୍‌ର ମୂଲ୍ୟ ବୃଦ୍ଧି ହେବା ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

Show More

Related Articles

Back to top button