ଆଇନ କାନୁନଓଡ଼ିଶାସ୍ୱାସ୍ଥ୍ୟ

ପୁଣି ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ପୁଣି ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବିଧାୟକଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,କିଛିଦିନ ପୂର୍ବରୁ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ପ୍ରଶାନ୍ତ ଜଗଦେବ ଖୋର୍ଦ୍ଦା ଜିଲ୍ଲା ବାଣପୁର ବ୍ଲକର ଜନଗହଳିପୂର୍ଣ୍ଣ ସ୍ଥାନରେ ଗାଡି ଚଢେଇ ଦେଇଥିଲେ , ଫଳରେ କିଛି ପୋଲିସ୍ କର୍ମୀଙ୍କ ସମେତ ସାଧାରଣ ଲୋକେ ମଧ୍ୟ ଆହତ ହୋଇଥିଲେ । ଏଥିରେ ସ୍ଥାନୀୟ ଲୋକେମାନେ ଉତ୍ତ୍ୟକ୍ତ ହୋଇ ପ୍ରଶାନ୍ତଙ୍କ ଗାଡି ଭାଙ୍ଗିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଆହତ ହେଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ଘଟଣାରେ ଗତ ୨୨ ତାରିଖ ଦିନ ତାଙ୍କୁ ଗିରଫ କରାଯାଇ ବାଣପୁର ସବ୍-ଜେଲ୍ ରେ ବିଚାରଧିନ କଏଦୀ ଭାବେ ରଖାଯାଇଥିଲା । ହଠାତ୍‌ ସୋମବାର ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତୁରନ୍ତ ବିଧାୟକଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି , ତେବେ ଉଚ୍ଛ ରକ୍ତଚାପ ଏବଂ ମଧୁମେହ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟରେ ଅବନତି ଘଟିଥିବା ଜଣା ପଡିଛି ।

Show More

Related Articles

Back to top button