Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଧାମନଗର ବନ୍ଦ ଡାକରା

ବିଜେପି କର୍ମୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ପାଳନ କରାଯାଉଛି ।

ଭଦ୍ରକ ଜିଲ୍ଲା ଧାମନଗର ୧୨ ଘଣ୍ଟା ବନ୍ଦ ଡାକରା । ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାମନଗର ବଜାର ବନ୍ଦ ଡାକରା ଦିଆଯାଇଛି । ଧାମନଗରରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ବିଜେପି କର୍ମୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ପାଳନ କରାଯାଉଛି । ଗତକାଲି ହୋଇଥିବା ପୁନଃମତଦାନ ବେଳେ ହୋଇଥିବା ଗଣ୍ଡଗୋଳରେ ଜଣେ ବିଜେପି କର୍ମୀଙ୍କୁ ବିନା ପ୍ରମାଣରେ ପୋଲିସ ଗିରଫ କରିଥିବା ଅଭିଯୋଗ ହୋଇଛି ।  ଧାମନଗର ପୋଲିସ ଶାସକ ଦଳର କଥାରେ ଏହି ଗିରଫଦାରୀ କରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଧାମନଗର ଥାନ ଆଗରେ ଧାରଣାରେ ବସିବେ ବିଜେପି  ନେତା ଓ କର୍ମୀ ।

Show More

Related Articles

Back to top button