ସ୍ୱାସ୍ଥ୍ୟ

ପିଲାଙ୍କ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ମସାଲା ଟୋଷ୍ଟ ସାଣ୍ଡୱିଚ୍

ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ଫେମସ୍ ଷ୍ଟ୍ରିଟ୍ ଫୁଡ୍ ମସାଲା ସାଣ୍ଡୱିଚ୍ ପ୍ରାୟତଃ ସମସ୍ତଙ୍କୁ ପସନ୍ଦ । ଛୋଟରୁ ବଡ ପର୍ଯ୍ୟନ୍ତ ସଭିଏଁ ଏହି ସାଣ୍ଡୱିଚକୁ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ପିଲାମାନେ ଏହି ସାଣ୍ଡୱିଚକୁ ଖୁବ୍ ଉତ୍ସାହ ଓ ଆଗ୍ରହ ସହ ଖାଇବାକୁ ପସନ୍ଦ କରନ୍ତି । ହେଲେ ଏବେ କରୋନା କାଳରେ ବାହାରେ ଖାଇବା ଉଚିତ୍ ନୁହେଁ । ଏଥିପାଇଁ ଘରେ ବସି ସହଜ ପ୍ରଣାଳୀରେ ପ୍ରସ୍ତୁତ କରନ୍ତୁ ମସାଲା ସାଣ୍ଡୱିଚ୍ ।

ସାମଗ୍ରୀ :

ବ୍ରେଡ୍ ସ୍ଲାଇସ୍ -୬ଟା , ସିଝା ଆଳୁ-୩ଟା , ଟମାଟ (୧ଟା ଗୋଲ କଟା ହୋଇଥିବା ) , ପିଆଜ-୨ଟା , ଲମ୍ବା କଟା ହୋଇଥିବା କ୍ୟାପସିକମ୍ ୧/୨, ଗୋଲମରିଚ ଗୁଣ୍ଡ -୧/୨ ଚାମଚ୍ , ଚାଟ୍ ମସଲା -୧/୨ ଚାମଚ, ବଟର-୪ ଚାମଚ , କଟା କଞ୍ଚା ଲଙ୍କା -୨/୩ଟା , ତେଲ-୧ଚାମଚ୍ , ସୋରିଷ -୧ ଚାମଚ୍ , ହଳଦୀ ଗୁଣ୍ଡ -୧/୨ ଚାମଚ୍ , ଲେମ୍ବୁ -୧ଟା, ଧନିଆ ପତ୍ର

ପ୍ରସ୍ତୁତ ପ୍ରଣାଳୀ –

ପ୍ରଥମେ ଆଳୁକୁ ନେଇ ପାଣିରେ ଲୁଣ ପକାଇ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଆଳୁ ସିଝି ନଯାଏ । ଏହା ପରେ ଆଳୁର ଚୋପା ଚଢାଇ ଦିଅନ୍ତୁ । ତା’ପରେ ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ । ଏହା ପରେ ଏକ ପ୍ୟାନରେ ୧ ଚାମଚ ତେଲ ପକାଇ ଏହାକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ । ତା’ପରେ ସେଥିରେ ସୋରିଷ ପକାଇ ଦିଅନ୍ତୁ । ସେଥିରେ କଟା ପିଆଜ ଏବଂ କଞ୍ଚା ଲଙ୍କା ପକାଇ ଭାଜନ୍ତୁ । ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ, ତା’ପରେ ସେଥିରେ ହଳଦୀ ଗୁଣ୍ଡ ପକାନ୍ତୁ । ଏହି ସବୁ ମିଶ୍ରଣକୁ ପ୍ରାୟ ୧ରୁ ୨ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ ।

ବର୍ତ୍ତମାନ ଆଳୁ ମସଲାରେ କଟା ଧନିଆ ଏବଂ ଲେମ୍ବୁ ରସ ପକାଇ ମିଶାନ୍ତୁ । ଆଳୁକୁ ଫୁଟାଇବା ସମୟରେ ଯଦି ଲୁଣ ପକାଇ ନାହାନ୍ତି, ତେବେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ପାରିବେ । ଏବେ ଏହାକୁ ପୁଣି ଏକ ମିନିଟ୍ ପାଇଁ ରାନ୍ଧନ୍ତୁ । ଏବେ ବ୍ରେଡ୍ ସ୍ଲାଇସ୍ ନେଇ ଏକ ଛୁରୀରେ ସମସ୍ତ ସ୍ଲାଇସରେ ଗୋଟିଏ ପାର୍ଶ୍ୱରେ ବଟର ଲଗାନ୍ତୁ । ଏହା ପରେ ୩ ରୁ ୪ ଚାମଚ ଆଳୁ ମସାଲା ନେଇ ବ୍ରେଡ୍ ଉପରେ ସମାନ ଭାବରେ ଲଗାନ୍ତୁ ।

ଏହା ପରେ ଆଳୁ ମସାଲା ଉପରେ ଦୁଇ କିମ୍ବା ତିନୋଟି ଟମାଟୋ କଟା ଏବଂ ଗୋଟିଏ କିମ୍ବା ଦୁଇଟି ପିଆଜ କଟା ରଖନ୍ତୁ । ଏହା ଉପରେ କ୍ୟାପସିକମର ଏକ ଖଣ୍ଡ ରଖନ୍ତୁ ଏବଂ କିଛି ଚାଟ୍ ମସାଲା ପକାନ୍ତୁ । ଏହା ପରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ପକାନ୍ତୁ । ପୂର୍ବରୁ ଗରମ ହୋଇଥିବା ଟୋଷ୍ଟରରେ କିମ୍ବା ଏକ ଗ୍ୟାସ୍ ରେ ସ୍ୟାଣ୍ଡୱିଚ୍ ପକାଇ ପ୍ରସ୍ତୁତ କରନ୍ତୁ । ଟିକେ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଏହାକୁ ଗ୍ୟାସରେ ରଖନ୍ତୁ । ଏହା ପରେ ଟୋଷ୍ଟରରୁ କିମ୍ବା ଗ୍ୟାସରୁ ସାଣ୍ଡୱିଚ୍ ବାହାର କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ମସାଲା ସାଣ୍ଡୱିଚ୍ । ଏହାକୁ ଟମାଟୋ କେଚପ୍ ଏବଂ ଗ୍ରୀନ୍ ଚଟନି ସହିତ ପରିବେଷଣ କରନ୍ତୁ ।

Show More

Related Articles

Back to top button