ଓଡ଼ିଶା

ଚୋରା ଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର

୪ ଗିରଫ

ବେଆଇନ ବଜ୍ରକାପ୍ତା ଚୋରା ଚାଲାଣ ନେଇ ବାଲିଗୁଡା ବନ ବିଭାଗର ଚଢ଼ାଉ । ବୁଧୁବାର ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ୪ ଜଣକୁ ଗିରଫ କରିଛି ବନ ବିଭାଗର ମିଳିତ ଟିମ୍ । ଚୋରା ଚାଲାଣ ପାଇଁ ସଜବାଜ ସମୟରେ ଗ୍ରାହକ ବେଶରେ ମାଡି ବସିଲା ବନବିଭାଗର ୧୦ ଜଣିଆ ଟିମ୍ । ବାଲିଗୁଡା ବନଖଣ୍ଡର ଡ଼ିଏଫଓ ବିଶ୍ବରାଜ ପଣ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁଇ ଜଣ ଏସିଏଫଙ୍କ ନେତୃତ୍ବରେ ଦଶ ଜଣିଆ ଟିମ୍ ବାଲିଗୁଡା ରେଞ୍ଜ ମିଡ଼ିଆକିଆ ଗାଁରେ ପହଞ୍ଚିଥିଲେ । ଗ୍ରାହକ ଭାବେ ବଜ୍ରକାପ୍ତାର ଡ଼ିଲ କରିବା ବାହାନା କରି ଚଢ଼ାଉ କରିଥିଲା ।

ଏହି ଘଟଣାରେ କୋଟଗଡ଼ ଥାନା ପାରିଗଡ଼ ଗାଁର ଭୀମସେନ ବଡ଼ସେଟ, ଟିକାବାଲିର ସୀତାଂଶୁ ମୁଖୀ, ମହାସିଂଙ୍ଘ ଗ୍ରାମର ମହାଦେବ ବେହେରାଦଳାଇ, ଜଙ୍ଗୁଗାଁର ଶୁକଦେବ ଦିଗାଲ ମୋଟ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କନ୍ଧମାଳ ଜିଲ୍ଲାରେ ବଜ୍ରକାପ୍ତା ରାକେଟ୍ ସକ୍ରିୟ ହୋଇଥିବା ନେଇ ବନ ବିଭାଗ ସନ୍ଦେହ କରୁଛି ।

Show More

Related Articles

Back to top button