Breaking PLUSଦେଶମୁଖ୍ୟ ଖବର

ରାକେଶ ଟିକାୟତ: ତତ୍କାଳ ପ୍ରତ୍ୟାହୃତ ହେବନି କୃଷକ ଆନ୍ଦୋଳନ

କୃଷକଙ୍କ ଦାବିକୁ ସମ୍ମାନ ଜଣାଇଛନ୍ତି କେନ୍ଦ୍ର ସରକାର । ସମସ୍ତ ୩ଟି କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରି କୃଷକ ମାନଙ୍କୁ ସେମାନଙ୍କ ଘରକୁ ଫେରିଯିବାକୁ ଅପିଲ କରିଛନ୍ତି । କିନ୍ତୁ ଆଜି କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବନି । ଏନେଇ କୃଷକ ନେତା ରାକେଶ ଟିକାୟତ ଟ୍ୱିଟ୍ କରି କହିଛନ୍ତି, ଆନ୍ଦୋଳନ ତତ୍କାଳ ପ୍ରତ୍ୟାହୃତ ହେବନି । ସଂସଦରେ ଆଇନକୁ ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ ଯାଏ ଅପେକ୍ଷା କରିବୁ ।

କୃଷକ ମୋର୍ଚ୍ଚା କହିଛି, ଆଜି କିମ୍ବା ଆସନ୍ତାକାଲି ଆନ୍ଦୋଳନ ବନ୍ଦ ହେବନି । ସଂସଦରେ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ନହେବା ଯାଏ ଆନ୍ଦୋଳନ ଚାଲିଥିବ । କୃଷି ଆଇନ ପ୍ରତ୍ୟାହୃତ ଘୋଷଣାକୁ ଚାରିଆଡୁ ସ୍ୱାଗତ କରାଯାଉଛି । କିଷାନ୍ ଏକତା ମୋର୍ଚ୍ଚା କହିଛି, ବର୍ଷେ ଧରି ଲମ୍ବା ଲଢେଇ ପରେ ସେମାନଙ୍କର ବିଜୟ ହୋଇଛି । ଏକତା ଓ ନ୍ୟାୟ ସଫଳତାର ରାସ୍ତା ।

Show More

Related Articles

Back to top button