ଓଡ଼ିଶାମୁଖ୍ୟ ଖବର

ଆଜି ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସୁନାବେଶ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚୁକର ଶେଷ ଦିନ । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । କିନ୍ତୁ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ ।

ଶ୍ରୀଜିଉଙ୍କର ସୁନାବେଶ ଦେଖିବାକୁ ପ୍ରବଳ ଭିଡ଼ ଆଶଙ୍କା କରାଯାଉଥିଲା । ଏଥିପାଇଁ ସର୍ବସାଧାରଣ ଦର୍ଶନ ଉପରେ ରୋକ ଲଗାଇଛି ପ୍ରଶାସନ । କାର୍ତ୍ତିକ ବ୍ରତ ରଖିଥିବା ହବିଷିଆଳୀ ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ କରି ବ୍ରତ ଶେଷ କରି ଥାଆନ୍ତି । ବିଶ୍ୱାସ ରହିଛି, ଏହି ଦିନ ମହୋଦଧିରେ ସ୍ନାନ କରି ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତି ହୋଇଥାଏ । କଟକଣା ଯୋଗୁ ସିଂହଦ୍ୱାର ଆଗରେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ଠିଆ ହୋଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।

Show More

Related Articles

Back to top button