Breaking PLUSଦେଶମୁଖ୍ୟ ଖବରରାଜନୀତି

୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ଜାଣନ୍ତୁ କିଏ କଣ କହିଲେ ?

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗୁରୁ ନାନକ ଜୟନ୍ତୀ ଅବସରରେ ସକାଳ ୯ରେ ଦେଶବାସୀଙ୍କୁ ସମ୍ବୋଧନ କରି ୩ଟି କୃଷି ଆଇନର ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଘୋଷଣାକୁ କୃଷକ ସଂଗଠନ ସ୍ୱାଗତ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଓ ରାଜନେତା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେହି କେହି ଏହା କୃଷକଙ୍କ ବିଜୟ ବୋଲି ମଧ୍ୟ କହିଛନ୍ତି ।

ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଲା: ରାହୁଲ
କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍ କରି ଲେଖିଛନ୍ତି, ଦେଶର ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଲା । ଅନ୍ୟାୟ ବିରୋଧରେ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ।

ମୋଦିଙ୍କ ଅହଂକାରର ହାର: ଗେହଲଟ- ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ୩ଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା ଗଣତନ୍ତ୍ରର ବିଜୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହଂକାରର ହାର । ବର୍ଷେ ଧରି ଆନ୍ଦୋଳନରତ କୃଷକଙ୍କ ଧୈର୍ଯ୍ୟର ବିଜୟ । ମୋଦି ସରକାରଙ୍କ ଅଦୂରଦର୍ଶିତା ଓ ଅଭିମାନ ଯୋଗୁ ବହୁ କୃଷକଙ୍କ କିଭଳି ଜୀବନ ଦେବାକୁ ପଡ଼ିଲା ସେକଥା ଦେଶବାସୀ କେବେ ଭୁଲି ପାରିବେ ନାହିଁ ।

ଏବେ ଠିକ୍ ପଦକ୍ଷେପ ହେଲା: ସିଦ୍ଧୁ- ପଞ୍ଜାବ ପିସିସ ସଭାପତି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କହିଛନ୍ତି, କଳା ଆଇନକୁ ପ୍ରତ୍ୟାହାର କରି ସରକାର ଏବେ ଠିକ୍ ପଦକ୍ଷେପ ନେଇଛନ୍ତି । କୃଷକ ମୋର୍ଚ୍ଚା ସତ୍ୟାଗ୍ରହର ଐତିହାସିକ ସଫଳତା ମିଳିଛି । ସେମାନଙ୍କର ବଳିଦାନରୁ ଏହି ସମ୍ଭବ ହୋଇଛି ।

Show More

Related Articles

Back to top button