ସ୍ୱାସ୍ଥ୍ୟ

ପ୍ରତେକଦିନ ଏଲୋବେରା ଜୁସ ପିଇବା ଦ୍ୱାରା ପାଇବେ ଅଦ୍ଭୁତ ଲାଭ

ଆପଣ ଯାହାକିଛି ବି ସକାଳୁ ଖାଇଥାନ୍ତି ତାହା ଆପଣଙ୍କ ପାଇଁ ଅନେକ ମହତ୍ୱପୂର୍ଣ୍ଣ ଅଟେ l ତେଣୁକରି ସକାଳୁ ଆପଣଙ୍କୁ ଏପରି କିଛି ଜିନିଷ ସେବନ କରିବା ଆବଶ୍ୟକ ଯାହା ଆପଣଙ୍କୁ ପୋଷଣ ଦେବା ସହିତ ସୁସ୍ଥ ରଖିବା

ନିକଟରେ ହୋଇଥିବା ଏକ ଗବେଷଣାରେ ଏଲୋଭେରା ଜୁସ ସେବନ କରିବା ପାଇଁ କୁହାଯାଇଛି l କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ମାନେ ଏଲୋଭେରା ଉପରେ ଗବେଷଣା କରି ତଥ୍ୟ ପ୍ରଦାନ କରିଛ ହାହାନ୍ତି l

* ଗବେଷକ ମାନଙ୍କ ମତରେ ପାଚନ ତନ୍ତ୍ର ଯଦି ଠିକ ହୋଇଥାଏ ଶାରୀରର ସମସ୍ତ ଅଙ୍ଗ ସୁଚାରୁ ରୂପେ କାମ କରିବାରେ ସାହାଯ୍ୟ ମିଳିଥାଏ l ଏହା ସୁନିଶ୍ଚିନ୍ତ କରିଥାଏ ଯେ ଆପଣଙ୍କ ଶରୀର ମହତ୍ୱପୂର୍ଣ୍ଣ ପୋଷକତତ୍ୱକୁ ଅବଶୋସିତ କରିବାରେ ସକ୍ଷମ ହୋଇଥାଏ l ଏଲୋଭେରାରେ ଏଭଳି କିଛି ଏଞ୍ଜାଇମ ରହିଛି ଯାହା ପାଚନ ପକ୍ରିୟାକୁ ସହାୟତା କରେ l

* ଏଲୋଭେରାରେ ପାଣିର ମାତ୍ରା ଅଧିକ ରହିଛି l ଗ୍ରୀଷ୍ମ ଋତୁରେ ଏଲୋଭେରା ସେବନ କରିବା ଦ୍ୱାରା ଶରୀରରୁ ଜଳୀୟଅଂଶ କମି ନଥାଏ l ଝାଳ ସହିତ ଶରୀରରୁ ବିଅଶକ୍ତ ପଦାର୍ଥ ବାହାରିବାକୁ ସାହାଯ୍ୟ କରେ l

 

Glass of aloe vera juice with fresh leaves on a wooden table

* ଏଲୋଭେରାରେ ଭିଟାମିନ ଓ ଖଣିଜ ତତ୍ୱ ରହିଛି ଯାହା ବିଭିନ୍ନ ରୋଗକୁ ଅଟକାଇବାରେ ସହାୟକ ହୁଏ l ତା ସହିତ ଏଥିରେ କ୍ୟାଲସିୟମ ,ମଗ୍ନେଶୀୟମ ,ଫୋଲିକ ଏସିଡ ରହିଛି l ଭିଟାମିନ ସି ,ଏ ଓ ଇ ମଧ୍ୟ ରହିଛି l ଯଦି ଆପଣ ପ୍ରତେକଦିନ ଖାଲି ପେଟରେ ଏଲୋବେରା ପୀଇବେ ତେବେ ଆପଣଙ୍କ ଇମ୍ୟୁନିଟି ମଜବୁତ ରହିବ l

* ଏଲୋବେରା ରେ ଆଣ୍ଟି ଆକ୍ସିଡେଣ୍ଟ ରହିଛି ଯାହା ଆପଣଙ୍କ ତ୍ୱଚା ଓ କେଶ ପାଇଁ ଉପଯୋଗୀ l ଆପଣ ଖାଲି ପେଟରେ ସେବନ କରିବା ଦ୍ୱାରା ଆପଣଙ୍କ ତ୍ୱଚା ଚମକ ବଢିଥାଏ ଓ କେଶକୁ ପୋଷଣ ମିଳିଥାଏ l ଆପଣ ଇଚ୍ଛା କଲେ ଏହାକୁ କେଶ ମୂଳରେ ଓ ମୁହଁରେ ଲଗାଇ ପାରିବେ l

ଆପଣ ବଜାରରେ ମିଳୁଥିବା ଏଲୋବେରା ଜୁସ ବଦଳରେ ଘରେ ପ୍ରସ୍ତୁତ କରି ପୀଇବା ଲାଭଦାୟକ ଅଟେ l

Show More

Related Articles

Back to top button