ଦେଶ ବିଦେଶମୁଖ୍ୟ ଖବର

ଆଜି ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ

୩୪ଟି ଆସନରେ ମତଦାନ

ବେଂଗଲରେ ଆଜି ସପ୍ତମ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ୩୬ଟି ଆସନରେ ମତଦାନ ହେବାକୁ ଥିବା ବେଳେ ଜାଙ୍ଗିପୁର ଓ ସମସେରଗଂଜ ଆସନର ଦୁଇ ପ୍ରାର୍ଥୀ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏଥିପାଇଁ ଆଜି ୩୪ଟି ଆସନରେ ଭୋଟଗ୍ରହଣ ହେବ। ଏହି ଦୁଇ ଆସନରେ ମେ ୧୬ ନିର୍ବାଚନ ହେବ ଓ ମେ ୧୯ରେ ଫଳାଫଳ ପ୍ରକାଶ ପାଇବ।ତେବେ ନିର୍ବାଚନ ସହ ସଂପୃକ୍ତ ସମସ୍ତଙ୍କୁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ମତଦାନ କେନ୍ଦ୍ର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ ବାଧ୍ୟ କରାଯିବ। ମତଦାନ କେନ୍ଦ୍ରର ବିଭିନ୍ନ ସ୍ଥାନରେ ସାଇନଟାଇଜର ବ୍ୟବସ୍ଥା କରାଯିବ। ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ। ଏଥିପାଇଁ ବଡ ବଡ ହଲ୍‌ର ବ୍ୟବସ୍ଥା ହୋଇଛି।

ପୁଲିଂ ପରିଚାଳନା କରୁଥିବା ଅଫିସର, କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଲାଗି କୋଭିଡ ନିୟମ ମଧ୍ୟ କଡାକଡି ହୋଇଛି। ନିର୍ବାଚନ କମିଶନ ଏଥିପାଇଁ ବନ୍ଦୋବସ୍ତ କରିଛନ୍ତି। ଆଜି ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ୨୯ ତାରିଖରେ ଶେଷ ତଥା ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ହେବ ।ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଉକ୍ତ ୩୪ଟି କେନ୍ଦ୍ରର ନିରାପତ୍ତା ପାଇଁ ମୋଟ ୭୯୬ କମ୍ପାନୀ କେନ୍ଦ୍ରୀୟ ବାହିନୀ ମୁତୟନ ହେବେ । କେବଳ ବୁଥ୍‌ର ସୁରକ୍ଷା ଦାୟିତ୍ୱରେ ୬୫୩ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ରହିବେ । ଏହି ପର୍ଯ୍ୟାୟରେ ଆସାନସୋଲ-ଦୁର୍ଗାପୁରରେ ୧୫୪ କମ୍ପାନୀ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ଦକ୍ଷିଣ ଦିନାଜପୁରରେ ୧୦୮ କମ୍ପାନୀ, ଜଙ୍ଗିପୁରରେ ୧୦୨ କମ୍ପାନୀ, କୋଲକାତା ଦକ୍ଷିଣର ୪ଟି କେନ୍ଦ୍ର ଦାୟିତ୍ୱରେ ୬୩ କମ୍ପାନୀ, ମାଲଦାରେ ୧୨୨ କମ୍ପାନୀ, ମୁର୍ଶିଦାବାଦରେ ୧୦୨ କମ୍ପାନୀ ଏବଂ ରାୟଗଞ୍ଜରେ ୨ କମ୍ପାନୀ ବାହିନୀ ଭୋଟ ନିରାପତ୍ତା ଦାୟିତ୍ୱରେ ରହିବେ ।

Show More

Related Articles

Back to top button