ସ୍ୱାସ୍ଥ୍ୟ

ଇମ୍ୟୁନିଟି ବୁଷ୍ଟର ମୁଗଡାଲି : ନିଜ ଖାଦ୍ୟରେ ନିହାତି ସାମିଲ କରନ୍ତୁ

ଦେଶରେ କରୋନା ମହାମାରୀ ଚାଲିଥିବା ବେଳେ ପ୍ରତେକ ବ୍ୟକ୍ତି ନିଜର ଇମ୍ୟୁନିଟିକୁ ନେଇ ସଜାଗ ଅଛନ୍ତି l କରୋନା ନିକଟରୁ ନିଜକୁ ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲଗାତାର ଇମ୍ୟୁନିଟି ବୁଷ୍ଟ ପାଇଁ କାଢା ଓ ଉଷୁମପାଣି ସେବନ କରିବାକୁ କୁହାଯାଉଛି

ଶରୀରର ରୋଗ ପ୍ରତିରୋଧକ କ୍ଷମତା କୁ ମଜବୁତ କରିବା ପାଇଁ ମୁଗଡାଲି ଲାଭଦାୟକ ଅଟେ l କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି l

ଏହି ଡ଼ାଲିରେ ପ୍ରୋଟିନ ,ଭିଟାମିନ ଏ ,ବି ,ସି ଓ ଇ ଭରପୁର ମାତ୍ରାରେ ରହିଛି l ଏହା ସହିତ ମୁଗ ଡ଼ାଲିରେ ଫାଇବର ,ଫୋଲେଟ ,ମଗ୍ନେଶୀୟମ ,ଫସଫରସ ,ଆଇରନ ଭଳି ତତ୍ୱ ମଧ୍ୟ ରହିଛି l

* ମୁଗଡ଼ାଲି ଇମ୍ୟୁନିଟି କୁ ବୁଷ୍ଟ କରିଥାଏ l ଏଥିରେ ଥିବା ପୋଷାକ ତତ୍ୱ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ l ସେଥିପାଇଁ ଆପଣ ଗଜା ମୁଗ ମଧ୍ୟ ପ୍ରତେକଦିନ ଖାଇ ପାରିବେ l

* ମୁଗ ଡାଲି ସେବନ କରିବା ଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ ଏଥିରେ ଥିବା ପ୍ରୋଟିନ ଶରୀରର କ୍ଷତିଗ୍ରସ୍ତ ଟିସୁକୁ କୁ ନିର୍ମାଣ କରିଥାଏ l ସେଥିପାଇଁ ଅନ୍ୟ ଡ଼ାଲି ସହିତ ମୁଗଡାଲି ମଧ୍ୟ ଆପଣ ନିଜ ଖାଦ୍ୟରେ ସାମିଲ କରନ୍ତୁ l

 

* ମୁଗଡାଲି ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ସମସ୍ୟା ଠିକ ରହିଥାଏ l ଏଥିରେ ଥିବା ପୋକଟିନ ନାମକ ଫାଇବର ପାଚନ କ୍ରିୟାକୁ ସନ୍ତୁଳିତ କରେ l

* ବର୍ତମାନ ସମୟରେ ରକ୍ତଚାପ ନିୟନ୍ତ୍ରଣ ରହିବା ନିହାତି ଆବଶ୍ୟକ l ଗୋଟିଏ ଗବେଷଣା ଅନୁସାରେ ମୁଗଡାଲି ରେ ଥିବା ମଗ୍ନେଶୀୟମ ଓ ପୋଟାସିୟମ ଶରୀରର ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ l

Show More

Related Articles

Back to top button