ଓଡ଼ିଶାସ୍ୱାସ୍ଥ୍ୟ

ଆସୁଛି ଆଉ ୯୦ହଜାର କୋଭିସିଲ୍ଡ ଟିକା, ଆଜି ପହଞ୍ଚିବା ସୂଚନା

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଟିକା ଆଣିବା ନେଇ ରାଜ୍ୟ ସରକାର କମ୍ପାନୀମାନଙ୍କ ସହ ଆଲୋଚନା କରୁଛନ୍ତି । ମେ’ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ ସେବେ ଟିକାକରଣ ଆରମ୍ଭ ହେବ

ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେସନ ସାଇଟ୍ ମଧ୍ୟ ପ୍ରସ୍ତୁତ ଅଛି । ଆବଶ୍ୟକ ସ୍ଥଳେ ସେସନ ସାଇଟ୍ ବୃଦ୍ଧି କରାଯିବ ।ସେପଟେ ରାଜ୍ୟରେ ଆଜି ଆଉ ୯୦ ହଜାର କୋଭିସିଲିଡ଼ ଟିକା ପହଞ୍ଚିବ ।

ମଙ୍ଗଳବାର ୬୧୭ ଟିକାକରଣ କେନ୍ଦ୍ରରେ ଟିକାକରଣ ହୋଇଥିଲା । ୬୫ ହଜାର ୭୭୬ ଜଣଙ୍କୁ ଟିକାକରଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଦିଆଯାଇଛି । ଯାଜପୁର ଓ କେନ୍ଦୁଝରରେ ଆଜି ଟିକାକରଣ ବନ୍ଦ ରହିଛି । ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲିଡ ଓ ୩.୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି ।

Show More

Related Articles

Back to top button