ଦେଶ ବିଦେଶ

ଅଣ୍ଡା ‘ସାକହାର’ କି ‘ମାଂସାହାର’ ମିଳିଗଲା ଠିକ ଉତ୍ତର

ଅଣ୍ଡାକୁ ନେଇ ସାରା ଦୁନିଆ ଏବେବି କନଫ୍ୟୁଜ୍‌ରେ ଏହା ସାକାହାର ନା ମାଂସାହାର? ଇତିମଧ୍ୟରେ ଶହଶହ ବର୍ଷ ବିତିଗଲାଣି, ହେଲେ ସଠିକ ଉତ୍ତରଟି କ’ଣ କାହା ପାଖରେ ନଥିଲା।

ସାକାହାରୀ ଲୋକେ ଭାବନ୍ତି ଅଣ୍ଡା ସାକାହାର କାରଣ ଏହା କୁକୁଡ଼ା ଦେଇଥାଏ ଏଣୁ ସାକାହାର ବୋଲି ସେମାନେ ଭାବୁଥିବା ବେଳେ ବୈଜ୍ଞାନିକଙ୍କ ଥିଓରୀ କିନ୍ତୁ ଏହାକୁ ସ୍ୱୀକୃତି ଦିଏ ନାହିଁ। ହେଲେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବୈଜ୍ଞାନିକଙ୍କ ଥିଓରୀକୁ ଠିକ୍ ବୋଲି ମଧ୍ୟ କୁହନ୍ତି। କାରଣ ଯେହେତୁ ଅଣ୍ଡାରୁ ଚୁଆଁ ବାହାରନ୍ତି ଏଣୁ ଏହା ମାଂସାହାର ବୋଲି ଲୋକେ ସ୍ୱୀକାର କରି ନିଅନ୍ତି। ଏହାର ଜବାବ ମଧ୍ୟ ବୈଜ୍ଞାନିକ ଖୋଜି କାଢିଛନ୍ତି। କାରଣ ବଜାରରେ ମିଳୁଥିବା ସବୁ ଅଣ୍ଡାରୁ ଛୁଆ ଫୁଟନ୍ତିନି ଅର୍ଥାତ ଅନଫର୍ଟିଲାଇଜଡ୍। ଏହି ତର୍କକୁ ମାନିନିଆ ଗଲେ ଅଣ୍ଡା ସାକାହାର।

ଅଣ୍ଡା ୩ ପରସ୍ତର। ପ୍ରଥମେ ଏହାର ଖୋଳପା, ତା ପଛକୁ ଏହାର ଧଳା ଅଂଶ ଓ ସଭା ପଛକୁ କେଶର ବା ୟୋକ ଥାଏ। ଅଣ୍ଡା ଉପରେ କରାଯାଇଥିବା ଗବେଷଣାରୁ ଏହାର ଧଳା ଅଂଶରେ କେବଳ ପ୍ରୋଟିନ ଥାଏ। ଏଥିରେ ପଶୁର କୌଣସି ଅଂଶ ନଥାଏ। ଏଣୁ ବୈଷୟିକ ଭାବେ ଏଗ୍ ବାଇଟ୍‌ ଅର୍ଥାତ ଏହାର ଧଳା ଅଂଶ ସମ୍ପୂର୍ଣ୍ଣ ଭେଜିଟେରିଆନ। କୁକୁଡ଼ା ୬ ମାସର ହେବା ପରେ ଅଣ୍ଡାଦାନ ଆରମ୍ଭ କରେ। ଏହା ପ୍ରତି ଦିନ ବା ଦେଢ ଦିନରେ ଗୋଟିଏ କରି ଅଣ୍ଡା ଦେଇଥାଏ। ତେବେ ଏଥିପାଇଁ କୁକୁଡାକୁ ଗଞ୍ଜା ସହ ସମ୍ପର୍କରେ ଆସିବାର ବି ଜରୁରି ନୁହେଁ। ଏହି ଅଣ୍ଡାଗୁଡିକୁ ହିଁ ଅନଫର୍ଟିଲାଇଜଡ୍ ଏଗ୍ କୁହାଯାଏ। ଏଣୁ ଏହି ଅଣ୍ଡାରୁ ଛୁଆ ଫୁଟୁନଥିବାରୁ ବଜାରରେ ବିକ୍ରି ହେଉଥିବା ଅଣ୍ଡା ସାକାହାରୀ ବୁଝାଯିବ ବୋଲି ବୈଜ୍ଞାନିକ କହିଛନ୍ତି।

Show More

Related Articles

Back to top button