Breaking PLUSଦେଶ ବିଦେଶପାଣିପାଗମୁଖ୍ୟ ଖବର

ରାଜଧାନୀ ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ତାତି

୭୨ ବର୍ଷରେ ଦ୍ୱିତୀୟ ଥର ସବୁଠୁ ଗରମ ମାସ ହେଲା ଏପ୍ରିଲ

ଦିଲ୍ଲୀ ସହ ଭାରତର ଉତ୍ତର ଏବଂ ପଶ୍ଚିମ ଭାଗରେ ପ୍ରବଳ ଗରମ ସହ ‘ଲୁ’ର ତାଣ୍ଡବ ଜାରି ରହିଛି। ଏପଟେ କୋଇଲା ସଂକଟ ଯୋଗୁଁ ବିଜୁଳି କାଟ ସ୍ଥିତିକୁ ଅଧିକ ବେକାବୁ କରିଛି । ରାଜଧାନୀ ଦିଲ୍ଲୀରେ ତାତି ଏବଂ ଗ୍ରୀଷ୍ମ ପ୍ରଭାବ ୭୨ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିଲ୍ଲୀରେ ୭୨ ବର୍ଷରେ ଏପ୍ରିଲ ଦ୍ୱିତୀୟ ଥର ପାଇଁ ସବୁଠୁ ଗରମ ମାସ ହୋଇଛି।

ମାର୍ଚ୍ଚ ମାସ ଆରମ୍ଭ ହେବା ପୂର୍ବଠୁ ଦେଶର ଅନେକ ରାଜ୍ୟରେ ଭୀଷଣ ଗରମ ଆରମ୍ଭ ହୋଇଛି । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୧୯୫୦ ମସିହା ପରେ ଏହା ଦ୍ୱିତୀୟ ଥର ଯେତେବେଳେ ଏପ୍ରିଲର ଅସତ୍ୟ ତାତିରେ ଡହଳବିକଳ ହେଉଛନ୍ତି ଲୋକେ। ଏହା ପୂର୍ବରୁ ୨୦୧୦ ଏପ୍ରିଲରେ ଏତେ ଗରମ ଅନୁଭବ ହୋଇଥିଲା। ଏପ୍ରିଲରେ ଦିଲ୍ଲୀର ହାରାହାରି ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରହିଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଅତ୍ୟଧିକ ଗରମ ଯୋଗୁଁ ଉତ୍ତର ପଶ୍ଚିମ ରାଜ୍ୟ ଗୁଡିକରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହା ପୂର୍ବରୁ ଗୁରୁବାର ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଥିଲା। ତେବେ ଆଶ୍ୱସ୍ତିର ବିଷୟ ଏହା ଯେ, ମେ ୩ ଏବଂ ୪ ସୁଦ୍ଧା ପାଗରେ ପରିବର୍ତ୍ତନ ଆସି, ତାପମାତ୍ରରେ ହ୍ରାସ ହୋଇପାରେ।

Show More

Related Articles

Back to top button