Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ତାତିରୁ ମିଳିବ ତ୍ରାହି !

ଦାନା ବାନ୍ଧୁଛି ଲଘୁଚାପ, ମେ’ ୪ରୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ

ତାତିରୁ ମିଳିବ ତ୍ରାହି । ଦାନା ବାନ୍ଧୁଛି ଲଘୁଚାପ । ମେ’ ୪ରୁ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୫ରେ ଲଘୁଚାପର ରୂପ ନେବା ସମ୍ଭାବନା । ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏମିତିରେ ତାତିରୁ ମୁକ୍ତି ପାଇଁ ତ୍ରାହି ତ୍ରାହି ଡାକିଲେଣି ସାଧାରଣ ଲୋକେ । ମେ’ ୨ ତାରିଖ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ହେବନି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ଖୁବ୍ ଶୀଘ୍ର ତାତିରୁ ତ୍ରାହି ମିଳବାର ଆଶା ଦେଖାଦେଇଛି । ଆସନ୍ତା ମେ’ ୪ ତାରିଖ ରାତି ବା ୫ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେଲେ ତାତିରୁ ମୁକ୍ତି ମିଳିବାର ସମ୍ଭାବନା ଥିବା କହିଛନ୍ତି IMDର ବରିଷ୍ଠ ବୈଜ୍ଞାନିକ ଆର.କେ.ଜେନାମଣି । ସେପଟେ ଦେଶର ବିଭିନ୍ନ ସ୍ଥାନରେ ଚଳି ବର୍ଷର ତାପମାତ୍ରା ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଛି । ରାଜଧାନୀ ଦିଲ୍ଲୀ ତତଲା ତାଓ୍ବାରେ ଭାଜି ହେଉଛି । ରାଜଧାନୀ ଦିଲ୍ଲୀ ସମେତ ମଧ୍ୟ ପ୍ରଦେଶ, ପଞ୍ଜାମ, ହରିୟାଣା ସବୁଠି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ଡିଗ୍ରୀ ଉପରେ ରହିଛି । ଆସନ୍ତା ୩ ଦିନ ଯାଏଁ ଦେଶର ଉତ୍ତର ପଶ୍ଚିମ ଅଂଚଳରରେ ତାପମାତ୍ରା ୨ଡିଗ୍ରୀ ବଢ଼ିବା ନେଇ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟ ପାଇଁ ହିଟ୍ଓ୍ବେବ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ତୁଳନାରେ ଆଜି ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି ।

ରାଜ୍ୟରେ ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏମିତିରେ ତାତିରୁ ମୁକ୍ତି ପାଇଁ ତ୍ରାହି ତ୍ରାହି ଡାକିଲେଣି ସାଧାରଣ ଲୋକେ । ମେ’ ୨ ତାରିଖ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ହେବନି । ହେଲେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁ ଥିବାରୁ ଖୁବ୍ ଶୀଘ୍ର ତାତିରୁ ତ୍ରାହି ମିଳବ ବୋଲି ଆଶା କରାଯାଉଛି । ମେ’ ୪ ତାରିଖ ରାତି ବା ୫ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେଲେ ତାତିରୁ ମୁକ୍ତି ମିଳିବାର ସମ୍ଭାବନା ଥିବା କହିଛନ୍ତି IMDର ବରିଷ୍ଠ ବୈଜ୍ଞାନିକ ଆର.କେ.ଜେନାମଣି । ପଶ୍ଚିମା ପବନ ଯୋଗୁଁ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି । ଆଫଗାନିସ୍ତାନ, ପାକିସ୍ତାନ, ରାଜସ୍ଥାନରୁ ପଟୁ ଆସୁଥିବା ପବନ ତାତି ବଢ଼ାଉଛି । ସେସବୁ ସ୍ଥାନରେ ତାତି ୪୫ଡିଗ୍ରୀ ଉପରେ ରହୁଥିବାରୁ ତା’ର ପ୍ରଭାବ ପଡ଼ୁଛି । ସ୍ଥାନୀୟ ଭୌଗଳିକ ସ୍ଥିତି ବି ତାତି ବଢ଼ାଇବାରେ ସହାୟକ ହେଉଛି । ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ମେ’ ୧ ତାରିଖ ବେଳକୁ ଓଡ଼ିଶାରେ ସ୍ଥିତି ପରିବର୍ତ୍ତନ ହୋଇପାରେ । ତେବେ କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଵାଭାବିକ ଠାରୁ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ମେ’ ପହିଲାରୁ କମିବ ତାପମାତ୍ରା ।

Show More

Related Articles

Back to top button