Breaking PLUSଓଡ଼ିଶାମୁଖ୍ୟ ଖବର

ଟେଷ୍ଟ ପିଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଲେ ଲାଗୁ ହେବ ଲକଡାଉନ୍ : ନିରଞ୍ଜନ ମିଶ୍ର

ସାରା ଦେଶରେ ବର୍ତ୍ତମାନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ରାଜ୍ୟରେ ମଧ୍ୟ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ଯେ, ଓଡ଼ିଶାକୁ ଯେତିକି ବିଦେଶ ଫେରନ୍ତା ଆସିଛନ୍ତି ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର କରୋନା ପଜିଟିଭ୍ ବାହାରିଥିଲା । ସେଥି ମଧ୍ୟରୁ ୮ ଜଣ ଓମିକ୍ରନ୍ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ବାକି ୧୦ ଜଣଙ୍କର ନେଗେଟିଭ୍ ହୋଇ ସାରିଲାଣି ।

ନିରଞ୍ଜନ ମିଶ୍ର ଆହୁରି କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ବର୍ତ୍ତମାନ ଓଡ଼ିଶାର ସ୍ଥିତି ଭଲ ଅଛି । ନାଇଟ କର୍ଫ୍ୟୁ କି ଲକଡାଉନ ଭଳି କଟକଣାର ଏବେ କିଛି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପିଜେଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସନ ଓ ସଂକ୍ରମଣ ବଢିଲେ ଏହିଭଳି ନିୟମର ଆବଶ୍ୟକ ପଡ଼ିବ ।

Show More

Related Articles

Back to top button