ଓଡ଼ିଶାମୁଖ୍ୟ ଖବର

ଟିକା ପାଇଁ ୧୫ରୁ ୧୮ ବର୍ଷର ପିଲାଙ୍କୁ କରିବାକୁ ପଡ଼ିବ ପଞ୍ଜୀକରଣ

ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେଉଥିବାବେଳେ ଓମିକ୍ରନର କାୟା ବିସ୍ତାର ଯୋଗୁଁ ସମସ୍ତଙ୍କ ମନରେ ଛନକା ପଶିଛି ।

ତେବେ ଏହାରି ଭିତରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ରର ନିଷ୍ପତ୍ତି ପରେ ରାଜ୍ୟ ସରକାର ପିଲାଙ୍କ ଟିକାକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବଡ ଘୋଷଣା କରିଛନ୍ତି ।

୨୫ଲକ୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ୧୫ରୁ ୧୮ବର୍ଷ ବୟସ ବର୍ଗର ପିଲାମାନଙ୍କ ସଂଖ୍ୟା ୨୫ଲକ୍ଷ ୫୩ହଜାର ଓ ଟିକାକରଣ ପାଇଁ ୧୫ରୁ ୧୮ବର୍ଷ ପିଲାଙ୍କୁ ପଞ୍ଜୀକରଣ କରିବାକୁ ପଡିବ । ବର୍ତ୍ତମାନ ୨୦୦ ସେସନରେ ଟିକାକରଣ ପ୍ରକ୍ରିୟା ଚାଲିଛି । ଟିକାକଣଣ ପାଇଁ ପ୍ରତି ବ୍ଲକରେ ୮ଟି ମୋବାଇଲ ଟିମ୍ ବୁଲୁଛନ୍ତି । ପିଲାଙ୍କ ଟିକାକରଣ ପାଇଁ ଆବଶ୍ୟକ ହେଲେ ସ୍କୁଲ ଓ କଲେଜରେ ଟିକା ଦିଆଯିବ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଉପସ୍ଥିତି ସତ୍ତ୍ୱେ ଆବଶ୍ୟକ ସ୍ଥଳେ ଅବିଭାବକ ମାନେ ପିଲାଙ୍କ ସହ ଆସିବେ ବୋଲି କୁହାଯାଇଛି ।

 

Show More

Related Articles

Back to top button