Breaking PLUSଦେଶମୁଖ୍ୟ ଖବରରାଜନୀତି

ଲକ୍ଷ୍ନୌରେ ହନୁମାନ ସେତୁ ମନ୍ଦିରର ସଫେଇ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଲକ୍ଷ୍ନୌ, 16 ଜାନୁୟାରୀ – ପ୍ରତିରକ୍ଷାମନ୍ତ୍ରୀ ତଥା ଲକ୍ଷ୍ନୌର ସାଂସଦ ରାଜନାଥ ସିଂହ ମଙ୍ଗଳବାର ସକାଳେ ହନୁମାନ ସେତୁ ମନ୍ଦିରରେ ପହଞ୍ଚି ଦର୍ଶନ କରିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ସର୍ବ ପ୍ରଥମେ ମନ୍ଦିରରେ ଭଗବାନଙ୍କ ଉପରେ ଚଢାଯାଇଥିବା ଫୁଲ କାଢିଥିଲେ ଏବଂ ପୋଛା ମାରି ମନ୍ଦିର ପରିସରର ସଫେଇ କରିଥିଲେ ।
ମନ୍ଦିରରେ ସଫେଇ କରିବାର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ରାଜନାଥ ସିଂହ । ସେ ଲେଖିଛନ୍ତି ଯେ, ‘ହମୁମାନ ତୋହି ପରସା କର ପୁନି କିହ୍ନି ପ୍ରନାମ, ରାମ କାଜୁ କିହ୍ନି ବିନୁ ମୋହି କହାଂ ବିଶ୍ରାମ’ ।
ପ୍ରତିରକ୍ଷା ମନ୍ତ୍ରୀ ଲେଖିଛନ୍ତି ଯେ, ପିଏମ ମୋଦି ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ, ସମସ୍ତ ଲୋକ ନିଜ ଆଖପାଖରେ ଥିବା ମନ୍ଦିରର ସ୍ୱଚ୍ଛତା ପାଇଁ ଶ୍ରମଦାନ କରନ୍ତୁ । ଆଜି ଲକ୍ଷ୍ନୌରେ ହନୁମାନ ସେତୁ ମନ୍ଦିର ଯାଇ ସ୍ୱଚ୍ଛତୀର୍ଥ ଅଭିଯାନ ଅନ୍ତର୍ଗତ ଶ୍ରମଦାନ କରିଛି ଏବଂ ପ୍ରଭୁ ଶ୍ରୀରାମଙ୍କ ଅନନ୍ୟ ସେବକ ହନୁମାନଜୀଙ୍କ ସେବା କରିବାର ସୌଭାଗ୍ୟ ପ୍ରାପ୍ତ ହେଲା ।

Show More

Related Articles

Back to top button