Breaking PLUSଦେଶମୁଖ୍ୟ ଖବର

କୁହୁଡି ପାଇଁ ସମସ୍ତ ଏୟାରଲାଇନ୍ସ ପାଇଁ ଏସଓପି ଜାରି

ନୂଆଦିଲ୍ଲୀ, 16 ଜାନୁୟାରୀ – କୁହୁଡିରୁ ଉତ୍ପନ ବାଧାକୁ ଦେଖି ଯାତ୍ରୀଙ୍କ ଅସୁବିଧାକୁ କମ୍ କରିବା ପାଇଁ ସୋମବାର ସମସ୍ତ ଏୟାରଲାଇନ୍ସ ପାଇଁ ଏସଓପି ଜାରି କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ ସୋସିଆଲ ହ୍ୟାଣ୍ଡେଲରେ କହିଛନ୍ତି ଯେ, ଏହି ଏସଓପି ବ୍ୟତୀତ ସମସ୍ତ 6ଟି ମେଟ୍ରୋ ଏୟାରପୋର୍ଟ ପାଇଁ ପ୍ରତିଦିନ ତିନି ଥର ଘଟଣାର ରିପୋର୍ଟିଂ ମଗାଯାଇଛି । ନିର୍ଦ୍ଦେଶ, ଏସଓପି, ସିଏଆରଗୁଡିକ ଉପରେ ନଜର ରଖାଯିବ ଏବଂ ନିୟମିତ ଭାବେ ରିପୋର୍ଟ କରାଯିବ । ଯାତ୍ରୀଙ୍କ ଅସୁବିଧା ସମ୍ପର୍କରେ କୌଣସି ପ୍ରସଙ୍ଗର ତୁରନ୍ତ ସମାଧାନ କରିବା ପାଇଁ 6ଟି ମେଟ୍ରୋ ଏୟାରପୋର୍ଟରେ ଏୟାରପୋର୍ଟ ଓ ଏୟାରଲାଇନ୍ସ ଅପରେଟରଙ୍କ ଦ୍ୱାରା ୱାର୍ ରୁମ ସ୍ଥାପିତ କରାଯିବ । 24ଘଣ୍ଟା ପର୍ଯ୍ୟାପ୍ତ ସିଆଇଏସଏଫ ମାନବଶକ୍ତିର ଉପଲବ୍ଧ କରାଇବା ସୁନିଶ୍ଚିତ କରାଯିବ ।

Show More

Related Articles

Back to top button