Breaking PLUSମନୋରଞ୍ଜନମୁଖ୍ୟ ଖବରସ୍ୱାସ୍ଥ୍ୟ

ତିନି କେଜିର ସିଙ୍ଗଡା ଥରକେ ଖାଇଲେ ଗ୍ରାହକଙ୍କୁ ମିଳିବ ୧୧ହଜାର ଟଙ୍କା ପୁରସ୍କାର

ଆଜିକାଲି ଖାଦ୍ୟ ପଦାର୍ଥର ନୂଆ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି।

ନୂଆଦିଲ୍ଲୀ : ଆଜିକାଲି ଖାଦ୍ୟ ପଦାର୍ଥର ନୂଆ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ତା’ ସହ ବିଭିନ୍ନ ପ୍ରକାର ଫୁଡ୍ ଚ୍ୟାଲେଞ୍ଜ ମଧ୍ୟ ଖାଦ୍ୟ ପ୍ରେମୀଙ୍କ ପାଇଁ ରଖାଯାଉଛି। ଏହି କ୍ରମରେ ଦିଲ୍ଲୀର ଏକ ଦୋକାନ, ଗ୍ରାହକଙ୍କ ସମ୍ମୁଖରେ ରଖିଛନ୍ତି ଏକ ସର୍ତ୍ତ। ତାଙ୍କ ଦୋକାନରେ ପ୍ରସ୍ତୁତ ତିନି କେଜି ଓଜନର ସିଙ୍ଗଡ଼ାକୁ ଥରକରେ ଖାଇଦେଲେ ସେହି ଗ୍ରାହକଙ୍କୁ ୧୧ହଜାର ଟଙ୍କା ପୁରସ୍କାର ସ୍ୱରୂପ ଦେବେ ବୋଲି ଦୋକାନୀ ଜଣକ ସର୍ତ୍ତ ରଖିଛନ୍ତି। ଏହାର ନାମ ‘ବାହୁବଳୀ ସିଙ୍ଗଡ଼ା’ ଦିଆଯାଇଛି। ଏହାର ଓଜନ ତିନି କେଜି ହୋଇଥିବା ବେଳେ ଦାମ୍ ୫୦୦ ଟଙ୍କା। ତେେବ ଦୋକାନୀଙ୍କ କହିବା କଥା, ଲୋକେ ସିଙ୍ଗଡ଼ା ଖାଇବାକୁ ପସନ୍ଦ କରନ୍ତି। ତା’ସହ ଉକ୍ତ ସିଙ୍ଗଡ଼ାକୁ କିଣିବାର କ୍ଷମତା ବି ସେମାନଙ୍କଠାରେ ଅଛି। ଏହା ସହ ଏହି ଚ୍ୟାଲେଞ୍ଜକୁ ଗ୍ରାହକ ଗ୍ରହଣ କରିବା ନେଇ ସେ ଆଶାବାଦୀ ଅଛନ୍ତି। ଅନ୍ୟପକ୍ଷରେ ସାଧାରଣ ସିଙ୍ଗଡ଼ା ଏବଂ ବାହୁବଳୀ ସିଙ୍ଗଡ଼ାର ପ୍ରସ୍ତୁତି ପ୍ରଣାଳୀ ଏକା ପ୍ରକାର। କିନ୍ତୁ ଏହି ସିଙ୍ଗଡ଼ାରେ ଅଧିକ ପରିମାଣର ପନିର୍‌ ଦିଆଯାଇଛି।

Show More

Related Articles

Back to top button