Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ବାହାଘର ହେଲା କାଳ,ବାହାଘରର ୧୦ ଘଣ୍ଟା ପରେ କନ୍ୟାର ମୃତ୍ୟୁ

କନ୍ୟା ପାଇଁ ଶାଶୂଘର ହେଲା କାଳ ।

ଯୋଦ୍ଧପୁର: କନ୍ୟା ପାଇଁ ଶାଶୂଘର ହେଲା କାଳ । ରାଜସ୍ଥାନର ଯୋଦ୍ଧପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ କନ୍ୟାଙ୍କର ବିବାହର ୧୦ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଛି । ପରିବାରରେ ବିବାହ ପାଇଁ ଖୁସିର ମାହୋଲ ଥିବା ବେଳେ ଅଚାନକ ଦୁଃଖର ଛାୟା ଖେଳିଯାଇଛି । ବିବାହ ପରେ ଅଚାନକ କନ୍ୟା ଶ୍ୱଶୁର ଘରେ ପହଞ୍ଚିବା ପରେ ତାଙ୍କ ଶରୀର ଖରାପ ହୋଇଗଲା । ତାଙ୍କୁ ପରିବାର ଲୋକେ ତୁରନ୍ତ ହସ୍ପିଟାଲ୍ ନେଇଗଲେ । ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଯୋଦ୍ଧା ଗାଁକୁ ବରପକ୍ଷ ଲୋକେ ବରଯାତ୍ରୀ ନେଇ ବିବାହ ପାଇଁ ଆସି ପହଞ୍ଚିଥିଲେ । ସେଠାରେ ବଡ଼ ଧୁମ୍‌ଧାମ୍‌ରେ ବିବାହ ହେଲା । ବିବାହ ସରିବା ପରେ କନ୍ୟା ବିଦା ହେଲା । କନ୍ୟା ଜଣକ ଯାଇ ତାଙ୍କ ଶ୍ୱଶୁର ଘରେ ପହଞ୍ଚିବା ପରେ ହଠାତ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିଲେ । ପରିବାର ଲୋକ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲ୍‌କୁ ନେଇଗଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଂପର୍କୀୟମାନଙ୍କ କହିବା କଥା ହେଉଛି, ବିବାହ ପରେ ବର ସୁବାସ ଓ କନ୍ୟା ରେଖାଙ୍କୁ ବହୁ ଦେବାଦେବୀ ମନ୍ଦିରକୁ ରୀତି ନୀତି ପୂରା କରିବାକୁ ଯିବାକୁ ପଡ଼ିଥିଲା । ସେମାନେ ଖରାରେ ଦିନ ସାରା ବୁଲାବୁଲି କରି ଥକି ପଡ଼ିଥିଲେ । ସେହି କାରଣରୁ କନ୍ୟା ଟିକେ ବିଶ୍ରାମ ନେଇଥିଲେ । ମାତ୍ର ଯେତେବେଳେ କନ୍ୟା ଜଣକ ବହୁ ସମୟ ପର୍ଯ୍ୟନ୍ତ ଉଠିନଥିଲେ ତାଙ୍କୁ ଘରର ମହିଳା ଡାକିଥିଲେ କିନ୍ତୁ ସେ ଉଠିନଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ପରିବାର ଲୋକ ସନ୍ଦେହ କରି ଡାକ୍ତରଖାନା ନେଇ ଯାଇଥିଲେ ।

Show More

Related Articles

Back to top button