Breaking PLUSଅପରାଧଆଇନ କାନୁନମୁଖ୍ୟ ଖବରସ୍ୱାସ୍ଥ୍ୟ

ବେଆଇନ କଫ ସିରଫ ଜବଦ

ଏହାସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ, ବଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବକାରୀ ବିଭାଗର ମିଳିତ ଭାବେ ଚଢାଉ । ଏହି ଚଢାଉରେ ବେଆଇନ କଫ ସିରଫ ଜବତ କରାଯାଇଛି । ଏହାସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇଁ ପାଟଣାଗଡ ଅବକାରୀ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବାକରୀ ମିଳିତ ଭାବେ ଚଢାଉ କରିଥିଲେ । ବେଆଇନ ଭାବେ ଏକ ବସ୍ତାରେ ଏସକଫ ନାମକ କଫ ସିରଫ ଧରିଥିଲା । ସନ୍ଦେହରେ ବସ୍ତାକୁ ତଲାସି କରିବାରୁ ବସ୍ତାରୁ ୪୨ ଗୋଟି କଫ ସିରଫ ଜବତ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ଧରଣିଧର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ତେବେ ପୂର୍ବରୁ ଧରଣିଧର ୪ ମାସ ପୂର୍ବରୁ ବେଆଇନ କଫ ସିରଫ ବିକ୍ରି କରୁଥିବା ବେଳେ ବେଲପଡା ପୁଲିସ ହାତରେ ଧରା ପଡିଥିଲା। କିଛି ଦିନ ହେବ ସେ ଜେଲରୁ ବାହାରି ପୁଣି ସେହି ବେଆଇନ କଫ ସିରଫ ବିକ୍ରି କାରବାର ଆରମ୍ଭ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଛି।

Show More

Related Articles

Back to top button