Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅଶୋଧିତ ତୈଳ ଦର ଉପରେ ଯୁଦ୍ଧର ପ୍ରଭାବ

ନୂଆଦିଲ୍ଲୀ-ଅଶୋଧିତ ତୈଳଦର ଉପରେ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ପଡିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଅସ୍ଥିର ରହିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା 90 ଡଲାର ରହିଥିବା ବେଳେ ଅଶୋଧିତ କ୍ରୁଡ ମୂଲ୍ୟ 86ଡଲାର ରହିଛି । ଅନ୍ୟପଟେ ଦେଶରେ ତୈଳ ଓ ଗ୍ୟାସ ବିତରଣ କମ୍ପାନୀ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ମଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଗୁରୁବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 96.72 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 89.62ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ 106.31 ଟଙ୍କା ଥିବା ବେଳେଡିଜେଲ ମୂଲ୍ୟ 94.27 ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ 106.03 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 92.76 ଟଙ୍କା ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 102.63 ଟଙ୍କା ଓ ଡିଜେଲ ମୂଲ୍ୟ 94.24 ଟଙ୍କା ରହିଛି ।

Show More

Related Articles

Back to top button