Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗାଜା ପ୍ରସଙ୍ଗ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ହୋଇପାରିଲାନି ସହମତି

ୱାଶିଂଟନ- ଗାଜା ପ୍ରସଙ୍ଗ ଉପରେ ବୁଧବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯୁଦ୍ଧବିରତି ଉପରେ ସହମତି ହୋଇପାରିନାହିଁ । ଏହି ପ୍ରସଙ୍ଗ ଉପରେ ଆମେରିକା ଓ ଋଷ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ପ୍ରସ୍ତାବ ଦିଆଯାଇଥିଲା ଏବଂ ଦୁଇଟି ଯାକ ଖାରଜ ହୋଇଯାଇଛି । ଆମେରିକାର ପ୍ରସ୍ତାବ ବିରୁଦ୍ଧରେ ଋଷ-ଚୀନ ଭିଟୋ ବ୍ୟବହାର କରିଥିଲେ । ଅନ୍ୟପଟେ ଋଷର ପ୍ରସ୍ତାବକୁ ମଧ୍ୟ ପର୍ଯ୍ୟାପ୍ତ ଭୋଟ୍ ମିଳିନଥିଲା । ଯଦି ବହୁମତ ମିଳିଥାନ୍ତା ତେବେ ଆମେରିକା ମଧ୍ୟ ଏହା ବିରୁଦ୍ଧରେ ଭିଟୋ ବ୍ୟବହାର କରିଥାନ୍ତା ।
ଏଠାରେ ସୂଚନା ଯୋଗ୍ୟ, ଗାଜାରେ ଇସ୍ରାଏଲ ପ୍ରତିଆକ୍ରମଣକୁ ନେଇ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଦୁଇପକ୍ଷର ଭିନ୍ନ ଭିନ୍ନ ରାୟ ଥିଲା । ମିଳିତ ଜାତିସଂଘରେ ଆମେରିକା ପକ୍ଷରୁ ଯୁଦ୍ଧ ବିରତି ନୁହେଁ, ମାନବୀୟ ବିରତିପାଇଁ ପ୍ରସ୍ତାବ ଅଣାଯାଇଥିଲା । ପ୍ରସ୍ତାବରେ ଇସ୍ରାଏଲ ଓ ଗାଜା ହିଂସା ପାଇଁ ହମାସକୁ ଦୋଷୀ ସାବ୍ୟସ୍ତ କରିବା ଦିଗରେ ବିଚାର କରିବା ପାଇଁ କୁହାଯାଇଥିଲା । ପ୍ରସ୍ତାବକୁ ସମର୍ଥନ କରି ଆମେରିକା, ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ, ଇକ୍ୱାଡୋର, ଗୋବାନ, ଘାନା, ଜାପାନ, ମାଲ୍ଟା ଓ ଅଲବାନିଆ ମତଦାନ କରିଥିଲେ । ବ୍ରାଜିଲ ଓ ମୋଜାମ୍ବିକ ମତଦାନରେ ଭାଗ ନେଇନଥିଲେ । ଗାଜାରେ ଯୁଦ୍ଧ ବିରତି ଆହ୍ୱାନ କରି ଋଷ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ଚୀନ ଓ ଋଷକୁ ମିଶାଇ ମୋଟ 4ଜଣ ଦେଶ ମତଦାନ କରିଥିଲେ । ଆମେରିକା ଓ ବ୍ରିଟେନ ଋଷର ପ୍ରସ୍ତାବକୁ ବିରୋଧ କରି ମତଦାନ କରିଥିବା ବେଳେ 9ଜଣ ସଦସ୍ୟ ଅନୁପସ୍ଥିତ ରହିଥିଲେ ।

Show More

Related Articles

Back to top button