Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଗାଜା ଉପରେ ଇସ୍ରାଏଲର ବୋମା ବର୍ଷଣ ଜାରି

ପ୍ରଥମ ଥର ନେତାନ୍ୟାହୁ ସ୍ୱୀକାର କଲେ ଯେ, ହମାସ ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷାରେ ଢିଲା ପାଇଁ ସେ ଉତ୍ତରଦାୟୀ

ତେଲଅଭିବ-ଗାଜାରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିଛି । ଗତ 24ଘଣ୍ଟାରେ ଏଠାରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି । ଗଣମାଧ୍ୟମ ସୂଚନା ମୁତାବକ ଆକ୍ରମଣରେ ଏକ ପ୍ରମୁଖ ନ୍ୟୁଜ ଚାନେଲର ସାମ୍ବାଦିକ ଭେଲ ଅଲ ଦହଦୌହ ଓ ତାଙ୍କ ଝିଅଙ୍କର ମୃତ୍ୟୁ ହୋଇଛି ।
ଗାଜାରେ ଇସ୍ରାଏଲ ପକ୍ଷରୁ ଆକାଶ ମାର୍ଗରେ ଆକ୍ରମଣ ଜାରି ରହିଛି । ଇସ୍ରାଏଲ ସେନା ପକ୍ଷରୁ ବୋମା ବର୍ଷଣ ଜାରି ରହିଛି । ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମଧ୍ୟ ଗାଜାରେ ଥିବା ସୁନୀରତ ଶିବିରରେ ଶରଣ ନେଇଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମସ୍ତ ନାଗରିକଙ୍କୁ ଦକ୍ଷିଣ ଗାଜା ଯିବାକୁ ଚେତାବନୀ ଦେଇଥିଲେ । କିନ୍ତୁ ସେହି ରାତିରେ ପଡୋଶୀରେ ବୋମାବର୍ଷଣ କାରଣରୁ ସାମ୍ବାଦିକ ଜଣକ ଭୟଭୀତ ହୋଇ ନିଜ ପରିବାର ସହ ନୁସିରତ ଶିବିରରେ ଶରଣ ନେଇଥିଲେ । ବୁଧବାର ରାତିରେ ଏହି ଶିବିରକୁ ଇସ୍ରାଏଲ ସେନା ଟାର୍ଗେଟ କରିଥିଲା ।
ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଥମ ଥର ସ୍ୱୀକାର କରିଛନ୍ତି ଯେ, ହମାସ ଆକ୍ରମଣ ପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଢିଲା ନିମନ୍ତେ ସେ ଉତ୍ତରଦାୟୀ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ସୁରକ୍ଷା ଢିଲାର ତଦନ୍ତ କରଯିବ ଏବଂ ଏଥିପାଇଁ ଦାୟୀ ଥିବା ଲୋକଙ୍କୁ ଜବାବ ଦେବାକୁ ପଡିବ । ପ୍ରଧାନମନ୍ତ୍ରୀ ହୋଇଥିବାରୁ ଦେଶର ଭବିଷ୍ୟତ ସୁରକ୍ଷିତ କରିବାର ଦାୟିତ୍ୱ ତାଙ୍କର ବୋଲି ସେ କହିଛନ୍ତି

Show More

Related Articles

Back to top button