Breaking PLUSଦେଶମୁଖ୍ୟ ଖବର

ଯାଦବପୁର ରାଗିଂ ମାମଲାରେ ଗିରଫ 12 ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ

କୋଲକାତା- ଯାଦବପୁର ୟୁନିର୍ଭସିଟିରେ ରାଗିଂ ଯୋଗୁ ହୋଇଥିବା ଛାତ୍ର ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଛାତ୍ରଙ୍କ ସହ 12ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋଲକାତା ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଅଗଷ୍ଟ 9 ତାରିଖରେ ଛାତ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଯାଦବପୁର ଥାନାରେ ଅଭିଯୋଗ କରିଥିଲେ । ରାଗିଂ ସହିତ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଯାଞ୍ଚ ସମୟରେ ପୋଲିସ ମଧ୍ୟ ରାଗିଂ ହୋଇଥିବା ଜାଣିବାକୁ ପାଇଥିଲା ।ସ୍ୱପ୍ନଦୀପ କୁଣ୍ଡୁ ନାମକ ପ୍ରଥମ ବର୍ଷ ଛାତ୍ରଙ୍କର ଡ୍ରେସ ଖୋଲି ସିନିୟରମାନେ ପରେଡ୍ କରାଇଥିଲେ । ଏହା ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଛାତ୍ର ଜଣକ ହଷ୍ଟେଲର ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

Show More

Related Articles

Back to top button