ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ୫୫୭ ଜଣ ଆକ୍ରାନ୍ତ

ଆଜି ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୫୫୭ ଜଣ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୩ ଜଣ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୧୬୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ କଟକ ଜିଲ୍ଲାରୁ ୭୧, ମୟୂରଭଂଜରୁ ୩୭, ଯାଜପୁରରୁ ୩୬, ଜଗତସିଂହପୁରରୁ ୨୭, ବାଲେଶ୍ୱରରୁ ୨୪, ସୁନ୍ଦରଗଡ଼ରୁ ୧୩, ଢେଙ୍କାନାଳରୁ ୧୨, ଝାରସୁଗୁଡ଼ାରୁ ୧୧, କେନ୍ଦ୍ରାପଡ଼ାରୁ ୧୦ ଓ ନୟାଗଡ଼ରୁ ୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳରୁ ୮, ଭଦ୍ରକ, ପୁରୀରୁ ୭-୭, ରାୟଗଡ଼ାରୁ ୬, ଦେବଗଡ଼ରୁ ୪, ବଲାଙ୍ଗୀର, କେନ୍ଦୁଝର, କୋରାପୁଟ, ସମ୍ବଲପୁରରୁ ୩ ଜଣ ଲେଖାଏଁ, ବରଗଡ଼, କନ୍ଧମାଳ, ନୂଆପଡ଼ା, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ଓ ରାଜ୍ୟପୁଲରୁ ୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button