ସ୍ୱାସ୍ଥ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ କରନ୍ତୁ କପାଳଭାତି, ମଜବୁତ ହେବ ଫୁସଫୁସ

ଆଜିର ସମୟରେ ଯୋଗର ଆବଶ୍ୟକତା ଆମ ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ବିଭିନ୍ନ ଆସନଗୁଡ଼ିକ କରିବା ଦ୍ୱାରା ଶରୀର ଠିକ ରହିବା ସହିତ ଅଧୀକ ଚାପରୁ ମୁକ୍ତି ମିଳିଥାଏ। ଯୋଗାଭ୍ୟାସ କରିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗରେ ଅମ୍ଳଜାନ ପ୍ରବାହ ଭଲ ଭାବରେ ହେବା ସହ ଦେହରେ ରକ୍ତ ସଞ୍ଚାଳନ ମଧ୍ୟ ଭଲଭାବେ ହୋଇଥାଏ। ଏହି ଆସନ ଗୁଡ଼ିକ ଦ୍ୱାରା ଆମ ଶରୀର ନମନୀୟ ହେବା ସହ ପାଦ ଅଧୀକ ଶକ୍ତିଶାଳୀ ହୁଏ। ଯୋଗ କରିବା ସମୟରେ କିଛି ଦିଗପ୍ରତି ଧ୍ୟାନ ଦେବା ଉଚିତ । ଆସନ ଗୁଡ଼ିକ ଯେତେ ସମ୍ଭବ ଧୀରେ କରିବାପାଇଁ ଚେଷ୍ଟା କରନ୍ତୁ। ବ୍ୟାୟାମ କରିବା ପୂର୍ବରୁ ଏହି ତିନୋଟି ନିୟମ କୁ ବିଶେଷ ଧ୍ୟାନ ଦିଅନ୍ତୁ ଯଥା ଏକ ଲମ୍ୱା ଗଭୀର ନିଃଶ୍ୱାସ ନିଅନ୍ତୁ, ସାଧାରଣ ଗତିପାଳନ କରନ୍ତୁ । ଯେତିକି ପାରୁଛନ୍ତି ସେତିକି ଯୋଗ କରନ୍ତୁ, ଅଧିକ କରନ୍ତୁ ନାହିଁ ।
କପାଳଭାତି

କପାଳଭାତି ଏକ ଶକ୍ତିଶାଳୀ ଉଚ୍ଚ ଉଦର ଶ୍ୱାସକ୍ରିୟା ସମ୍ପନ୍ନ ପ୍ରାଣାୟମ ଅଟେ। କପାଳର ଅର୍ଥ ମସ୍ତିଷ୍କ ଓ ଭାତିର ଅର୍ଥ ହେଉଛି ସ୍ୱଚ୍ଛତା। ଅର୍ଥାତ କପାଳଭାତି ଏପରି ଏକ ପ୍ରାଣାୟାମ ଯାହା କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ, ଚିନ୍ତାମୁକ୍ତ ରହିବା ସହ ମସ୍ତିଷ୍କର କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ। ଏହାର ଅନ୍ୟାନ୍ୟ ଲାଭ ମଧ୍ୟ ରହିଛି । ଏହା ଲିଭର, କିଡ୍‌ନୀ ଓ ଗ୍ୟାସ ସମସ୍ୟା ପାଇଁ ବହୁତ ଲାଭଦାୟକ ଅଟେ । କପାଳଭାତି କରିବା ପାଇଁ ସୁଖାସନ କିମ୍ୱା ଚୌକି ଉପରେ ଆରାମ ଲାଗିବା ଭଳି ଧ୍ୟାନାତ୍ମକ ଶୈଳୀରେ ବସନ୍ତୁ। ଏହା ପରେ ସାଧାରଣ ଭାବେ ଏକ ଲମ୍ୱା ଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ। ତା ପରେ ବାରମ୍ବାର ଶରୀର ଭିତରେ ଥିବା ନିଶ୍ୱାସକୁ ନାକ ଦ୍ୱାରା ବାହାରକୁ ଛାଡ଼ନ୍ତୁ । ଏହା ସହ ପେଟକୁ ସ୍ୱତସ୍ଫୁର୍ତ୍ତ ଭାବେ ସଙ୍କୁଚିତ କରନ୍ତୁ। ଏହି କ୍ରିୟାକୁ ପ୍ରଥମେ ନିଜ ଶକ୍ତି ଓ ଆବଶ୍ୟକତା ଅନୁସାରେ ୩୦ ରୁ ୫୦ ଥର ପର୍ଯ୍ୟନ୍ତ କରନ୍ତୁ। ତାପରେ ଧୀରେ ଧୀରେ ଚେଷ୍ଠା କରି ଏହାକୁ ବଢ଼ାନ୍ତୁ। ଏହାକୁ ଅତି କମ ପାଞ୍ଚ ମିନିଟ୍ ଓକ କିମ୍ବା ଅତିବେଶୀରେ ୩୦ ମିନିଟ ପର୍ଯ୍ୟନ୍ତ କରନ୍ତୁ।

କପାଳଭାତିର ଉପକାରିତା

୧.ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

୨.ଶ୍ୱାସ ସମ୍ୱନ୍ଧୀୟ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ।

ବିଶେଷ କରି ଆସ୍ତମା ରୋଗୀମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ

୩. ମହିଳାମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ।

୪. ପେଟରେ ଅଧିକ ଚର୍ବୀକୁ କମ କରିଥାଏ।

୫. ପେଟ ସମ୍ୱନ୍ଧୀୟ ରୋଗ ଓ କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

୬.ଥକ୍କାପଣ ଓ ଅନିଦ୍ରା କୁ କମ କରିଥାଏ।

ଏହି ଲୋକମାନେ କପାଳଭାତି କରନ୍ତୁ ନାହିଁ

୧.ଗର୍ଭବତୀ ମହିଳାମାନେ ଏହା କରନ୍ତୁ ନାହିଁ।

୨. ଅସ୍ତ୍ରୋପଚାର କରିଥିବା ବ୍ୟକ୍ତି

୩. ଗ୍ୟାଷ୍ଟ୍ରିକ ଓ ଏସିଡ଼ିଟି ସମସ୍ୟା ଥିବା ରୋଗୀମାନେ ଏହାକୁ ଧୀରେକରିବା ପାଇଁ ଚେଷ୍ଟା କରନ୍ତୁ।

୪. ଉଚ୍ଚ ରକ୍ତଚାପ ଓ ହୃଦରୋଗୀମାନେ କପାଳଭାତି ଆଦୌ କରନ୍ତୁ ନାହିଁ।

Show More

Related Articles

Back to top button