Breaking PLUSଦେଶମୁଖ୍ୟ ଖବର

ଦେଶରେ ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୧,୪୬୬ କରୋନା ଆକ୍ରାନ୍ତ

୪୬୦ ମୃତ

ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୧,୪୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୮୮ ହଜାର ୫୭୯ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଏହି ସମୟରେ ୪୬୦ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ଯାହାକି ଚିନ୍ତାର କାରଣ ପାଲଟିଛି । ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୬୧ ହଜାର ୮୪୯ ରେ ପହଞ୍ଚିଛି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ ୧୧,୯୬୧ ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏହି ନୂତନ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୮୭ ହଜାର ୪୭ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।

ଅପରପକ୍ଷରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୧୦୯ କୋଟି ୬୩ ଲକ୍ଷ ୫୯ ହଜାର ୨୦୮ ଡୋଜ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତ ୨୪ ଘଣ୍ଟାରେ ୫୯ ଲକ୍ଷ ୬୯ ହଜାର ୧୩୭ ଡୋଜ୍ ଟିକା ଦିଆଯାଇଛି ।

Show More

Related Articles

Back to top button