Breaking PLUSଓଡ଼ିଶାମୁଖ୍ୟ ଖବର

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୮୭ ଜଣ କରୋନା ଆକ୍ରାନ୍ତ

ଖୋର୍ଦ୍ଧା ଜିଲାରୁ ସର୍ବାଧିକ

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୩୮୭ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୭୫ ଜଣ ଅଛନ୍ତି । ଏହି ୩୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୩ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ୧୬୪ ଜଣ ହେଉଛନ୍ତି ଲୋକାଲ କେସ । ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୯୫ ଜଣ ଚିହ୍ନଟ ହୋଇଛନ୍ତି ।

ଏନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ନୂତନ ୩୮୭ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୨୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୦,୩୩,୦୨୭ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ ରହିଛନ୍ତି ୨,୯୮୦ ।

Show More

Related Articles

Back to top button