Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ଶରୀରରେ ମାଟିର ଲେପ ଲଗାଇଲେ ବାଚସ୍ପତି

ଶରୀରରେ ମାଟିର ଲେପ ଲଗାଇଲେ ତାହା ଶରୀର ମଧ୍ୟରେ ରହିଥିବା ବିଷ ବାହାର କରିପାରିବ । ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ଏମିତି କିଛି ଫିଟ୍‌ନେସ୍‌ ଟିପ୍ସ୍ ବିଷୟରେ କହିଛନ୍ତି ବାଚସ୍ପତି ଡ. ସୂର୍ଯ଼୍ୟନାରାୟଣ ପାତ୍ର ।

ଯୁନିଟ୍‌-୭, ସୂର୍ଯ଼୍ୟନଗରରେ ଥିବା ଦୁର୍ଗାମଣ୍ଡପରେ ଭାରତ ସରକାରଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବା ପ୍ରାକୃତିକ ଚିକିତ୍ସା ଓ ପ୍ରଶିକ୍ଷଣ କେନ୍ଦ୍ରରେ ଏମିତି ଚିକିତ୍ସା ପଦ୍ଧତି ଚାଲିଛି । ଡାକ୍ତର ଗୁରୁଚରଣ ଜେନା ମାଟି ଦ୍ୱାରା ଅନେକ ରୋଗ ଭଲ କରୁଛନ୍ତି ।

ଗତକାଲି ବାଚସ୍ପତି ଡ. ପାତ୍ର ଏହି ଚିକିତ୍ସା କେନ୍ଦ୍ରରେ ମାଟିର ଲେପ ନେଇଥିଲେ । ସେ କହିଛନ୍ତି, ମାଟିରେ ଯେଉଁ ଶକ୍ତି ଅଛି ତାହା କେଉଁଥିରେ ନାହିଁ । ନିଜକୁ ଫିଟ୍‌ ରଖିବା ଲାଗି ସେ ପ୍ରତିଦିନ ସକାଳୁ ମାଟିର ଲେପ ଦେଇ, ସୂର୍ଯ଼୍ୟ କିରଣରେ ବସୁଛନ୍ତି । ମାଟି ଶୁଖିବା ପରେ ଦେହକୁ ଘସି ଭଲ ଭାବେ ଗାଧୋଉଛନ୍ତି । ତାଙ୍କ କହିବାନୁସାରେ ଏ ମାଟି କେଉଁ ସାଧାରଣ ମାଟି କି ରାସ୍ତା କଡ଼ର ମାଟି ନୁହେଁ । କେଉଁ ଜଙ୍ଗଲ ଭିତରୁ ୪ଫୁଟ ତଳୁ ସଂଗ୍ରହ କରାଯାଇଥିବା ମାଟି । ନହେଲେ ଉଈ ହୁଙ୍କାର ମାଟି କିମ୍ବା ପୋଖରୀର ପଙ୍କୁଆ ମାଟି । କାରଣ ଏ ମାଟି ଦେହରେ ଥିବା ବିଷ ଟାଣିବ । ଏଭଳି ପ୍ରାକୃତିକ ଉପାୟରେ ଚିକିତ୍ସା ହେଲେ ବହୁ ରୋଗରୁ ମୁକ୍ତି ମିଳିପାରିବ ବୋଲି ତାଙ୍କର ବିଶ୍ୱାସ ରହିଛି ।

Show More

Related Articles

Back to top button