Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୧୫ରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ମୋଟର ଚାଳକ ସଂଘ

ଆସନ୍ତା ୧୫ ତାରିଖରେ ୧୨ଘଣ୍ଟିଆ ରାଜ୍ୟବ୍ୟାପୀ ଧର୍ମଘଟ କରିବ ଓଡ଼ିଶା ମୋଟର ଚାଳକ ସଂଘ । ସାମାଜିକ ସୁରକ୍ଷା, ଶ୍ରମ କାର୍ଡ ପ୍ରଦାନ, ବୀମା ଓ ପେନ୍‌ସନ ସୁବିଧା ଓ ରାତ୍ରି ବିଶ୍ରାମଗାର ସୁବିଧା ଯୋଗାଇଦେବା ଭଳି ବିଭିନ୍ନ ଦାବିକୁ ନେଇ ଏହି ଧର୍ମଘଟ କରିବ ମଟର ଚାଳକ ସଂଘ ମିଳିତ ମଞ୍ଚ ।

୧୦ ଲକ୍ଷରୁ ଉର୍ଦ୍ଧ୍ବ ଡ୍ରାଇଭର ବା ଚାଳକ ଏହି ଧର୍ମଘଟରେ ସାମିଲ ହେବେ । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ରାଜ୍ୟରେ ଅଖଚଖ ବନ୍ଦ କରିବା ପାଇଁ ଚେତାବନୀ ଦେଇଛି ସଂଘ । ଦାବି ପୂରଣ ନେଇ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଦୀର୍ଘଦିନ ଧରି ହକ୍‌ ପାଇଁ ଲଢେଇ କରୁଥିଲେ ମଧ୍ୟ ସରକାର ଦାବି ନେଇ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସଂଘର ସଦସ୍ୟ । ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ପୁରଣ ହୋଇନାହିଁ । ଫଳରେ ଏହା ଏକ ଜନ ଆକ୍ରୋଶର ରୂପ ନେବାସହ ଉଦ୍‌ବେଗ ପ୍ରକାଶ କରି ସଂଘ ପକ୍ଷରୁ ଧର୍ମଘଟର ଡାକରା ଦିଆଯାଇଛି । ୧୪ ତାରିଖ ଭିତରେ ସରକାର ନ ଶୁଣନ୍ତି ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ ଚେତାବନୀ ଦେଇଛି । ରାଜ୍ୟର ସମସ୍ତ ଅଞ୍ଚଳରୁ ରାଜଧାନୀ ପର୍ଯ୍ୟନ୍ତ ଅଧିକାର ଓ ଦାବି ନେଇ ଆନ୍ଦୋଳନ ହେବାନେଇ ସଂଘ ପକ୍ଷରୁ କୁହାଯାଇଛି । ସବୁକିଛି ବନ୍ଦ କରିବା ପାଇଁ ଆଉ ଲୋକଙ୍କ ଯାତାୟାତର ସମାଧାନ ପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସଂଘର ସଦସ୍ୟ ମାନେ କହିଛନ୍ତି ।

Show More

Related Articles

Back to top button