Breaking PLUSଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱାସ୍ଥ୍ୟ

କୋଭିଡ୍ ସଂକ୍ରମିତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

ନିଜେ ଟ୍ୱିଟ କରି ଦେଲେ ସୂଚନା

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ବର୍ତ୍ତମାନ କୋଭିଡ୍ ପଜିଟିଭ। ସେ ନିଜେ ଟ୍ୱିଟ କରି କରୋନା ପଜିଟିଭ ଥିବା ଜଣାଇଛନ୍ତି ।

ସେ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ‘କିଛିଦିନ ହେଲା ମୋ ଗଳାରେ ଯନ୍ତ୍ରଣା ହେଉଥିଲା । ଅସୁସ୍ଥତା ଅନୁଭବ କରୁଥିଲି । ଚେକଅପ୍ ପରେ ମୁଁ କରୋନା ପଜିଟିଭ ଥିବା ଡାକ୍ତର କହିଥିଲେ । ଏବେ ମୋ ସ୍ବାସ୍ଥାବସ୍ଥାରେ ଉନ୍ନତି ଘଟୁଛି ଓ ମୁଁ ସୁସ୍ଥ ଅନୁଭବ କରୁଛି ।’ ସେ ଆହୁରି କହିଛନ୍ତି, ‘ମୋ ସହ ମିଶେଲ ମଧ୍ୟ କରୋନା ଟେଷ୍ଟ କରାଇଥିଲେ , ତାଙ୍କର ନେଗେଟିଭ୍ ଆସିଛି ।  ସେ କରୋନା ସଂକ୍ରମିତ ନୁହଁନ୍ତି ଏବଂ ଆମେ ଦୁହେଁ ଟିକା ନେଇ ସାରିଛୁ ।’
ସୂଚନା ମୁତାବକ , ଓବାମା ଶୁକ୍ରବାର ଦିନ ପତ୍ନୀ ମିଶେଲଙ୍କ ସହିତ ବୁଷ୍ଟର ଡୋଜ୍ ନେଇଥିଲେ । ସେ ଲୋକଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହନ ଦେବା ସହିତ କହିଛନ୍ତି-ବର୍ତ୍ତମାନ ସଂପୂର୍ଣ୍ଣ ରୂପେ କରୋନାର ବିଲୋପ ହୋଇନାହିଁ । ତେଣୁ ସମସ୍ତେ କୋଭିଡ୍ ନିୟମ ମାନି ଚଳନ୍ତୁ । 

ଓବାମାଙ୍କୁ କରୋନା ହୋଇଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ୍ କରି ଲେଖିଛନ୍ତି, ‘ଆପଣ ଏବଂ ଆପଣଙ୍କ ପରିବାରର ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି ।’

 

Show More

Related Articles

Back to top button