Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ପରାଜୟ ପରେ କଂଗ୍ରେସ ପଦରୁ ଇସ୍ତଫା ଦବାକୁ ନିଷ୍ପତ୍ତି ନେଲେ ସୋନିଆ,ରାହୁଲ୍ ଓ ପ୍ରିୟଙ୍କା

ଗାନ୍ଧୀ ପରିବାରକୁ କଂଗ୍ରେସ କଦାପି ଛାଡ଼ିପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ବାରମ୍ୱାର କଂଗ୍ରେସର ପରାଜୟକୁ ନେଇ ଦଳ ମଧ୍ୟରେ ହଟଚମଟ ସୃଷ୍ଟିହୋଇଛି । ବିଶେଷକରି ସମସ୍ତେ ଗାନ୍ଧୀ ପରିବାରକୁ ନିରାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କଂଗ୍ରେସ ନେତାମାନେ ସେମାନେ ଇସ୍ତଫା ଦିଅନ୍ତୁ ନାହିଁ ବୋଲି କହିଛନ୍ତି । ଅର୍ଥାତ ଗାନ୍ଧୀ ପରିବାରକୁ କଂଗ୍ରେସ କଦାପି ଛାଡ଼ିପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଆସନ୍ତା ଅପ୍ରେଲରେ ଦଳର ଚିନ୍ତନ ବୈଠକ ହେବ । ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ନିର୍ଦ୍ଧାରଣ କରାଯିବ । ଅପରପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତିଯେ, ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ କରାଯିବା ଦରକାର । ସେହିପରି ଜି-୨୩ ନେତାଙ୍କୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି । ଦଳର କିଛି ଲୋକ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଛନ୍ତି । ଅନ୍ୟପଟେ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ତେବେ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ପାର୍ଟି ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ଆଗକୁ ବଢିବ। ସମସ୍ତେ ଏକ ସଙ୍ଗେ ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ପାର୍ଟିକୁ ଆଗକୁ ନେବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଆମକୁ ସୋନିଆ ଗାନ୍ଧୀଙ୍କ ନେତୃତ୍ଵ ଉପରେ ଭରସା ରହିଛି ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ।

Show More

Related Articles

Back to top button