Breaking PLUSଓଡ଼ିଶାଜୀବନଚର୍ଯ୍ୟାବଲିଉଡମୁଖ୍ୟ ଖବରସେଲିବ୍ରିଟି

କେଉଁ କାରଣରୁ ଅଲଗା ହେଲେ ବଲିଉଡ ସୁପରଷ୍ଟାର ଅମୀର ଖାନ୍ ଓ ପତ୍ନୀ କିରଣ ରାଓ

ତେବେ କ'ଣ ରହିଛି ଏହା ପଛରେ ରହସ୍ୟ ।

ବଲିଉଡ ସୁପରଷ୍ଟାର ଅମୀର ଖାନ ଓ ପତ୍ନୀ କିରଣ ରାଓଙ୍କ ସହ ୧୫ବର୍ଷର ପୁରୁଣା ସମ୍ପର୍କ ଶେଷ ହୋଇଯାଇଛି। ତେବେ କ’ଣ ରହିଛି ଏହା ପଛରେ ରହସ୍ୟ । ଯେତେବେଳେ ପାରସ୍ପରିକ ସମ୍ମତି ସହିତ ଦୁଇଜଣ ଅଲଗା ହୋଇଥିଲେ, ସେତେବେଳେ ଅଭିଯୋଗ ଆସିଥିଲା ​​କି ଅମୀର ଖାନଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବାରୁ ଛାଡପତ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ନିକଟରେ ଏକ ସାକ୍ଷାତକାରରେ ଅମୀର ଖାନ୍ ଏ ବିଷୟରେ କହିଥିଲେ ଏବଂ କିରଣ ରାଓଙ୍କ କାରଣରୁ ସେ ରିନା ଦତ୍ତାଙ୍କ ଠାରୁ ମଧ୍ୟ ଅଲଗା ହୋଇନଥିଲେ । ଏହି ସବୁକୁ ନେଇ ଅମୀର ସ୍ପଷ୍ଟ ଭାବରେ କହିଛନ୍ତି କି କିରଣ ରାଓଙ୍କୁ ସେତେବେଳେ ଜାଣିଥିଲେ । କିନ୍ତୁ ରିନାଙ୍କ ସହ ତାଙ୍କର ଛାଡପତ୍ର ଏହି କାରଣରୁ ହୋଇନଥିଲା। କିରଣଙ୍କର ଓ ଅମୀର ଖାନ୍ ଆଗରୁ ଦୁହେଁ ଭଲ ବନ୍ଧୁ ଥିଲେ । ପରେ ସେମାନେ ବିବାହ କରିଥିଲେ । ବର୍ତ୍ତମାନ ଅମୀରଙ୍କ କହିବା କଥା କି କିରଣଙ୍କ ସହ ଛାଡପତ୍ର ହୋଇଛି କିନ୍ତୁ ଅନ୍ୟ କାହା ପାଇଁ ନୁହେଁ । ତାଙ୍କ ଜୀବନରେ କେହି ନାହାଁନ୍ତି କିମ୍ବା ବର୍ତ୍ତମାନ ଆଉ କେହି ଆସିବେ ନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ ଜୁଲାଇ ୨୦୨୧ରେ ଅମୀର ଖାନ୍ ଏବଂ କିରଣ ରାଓ ଏକ ମିଳିତ ବିବୃତ୍ତିରେ କହିଛନ୍ତି କି, ଏହି ୧୫ ବର୍ଷ ମଧ୍ୟରେ ଆମେ ଜୀବନସାରା ବହୁତ ହସ ଖୁସିରେ ଜୀବନ ବିତେଇଛନ୍ତି । ଏବଂ ଆମର ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଉପରେ ଆଧାରିତ । ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହିୁଛୁ । ଆମେ ଆଉ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଜୀବନ ବିତେଇବୁ ନାହିଁ । ବରଂ ପିତା-ମାତା ଏବଂ ପରିବାର ଭାବରେ ପରସ୍ପର ପାଇଁ ରହିବୁ । ସୂଚନାରୁ ଯାହା ଜଣାପଡିଛି ଯେ, ଦୁଇ ଜଣ ଏକ ମତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି ।

Show More

Related Articles

Back to top button