Breaking PLUSଓଡ଼ିଶାମୁଖ୍ୟ ଖବର

5T ଟି-ସାର୍ଟ ପିନ୍ଧି ଗୁଣ୍ଡାରାଜ ଘଟଣାକୁ ନିନ୍ଦା

ଭୁବନେଶ୍ୱର: 5T ଟି-ସାର୍ଟ ପିନ୍ଧି ଗୁଣ୍ଡାରାଜ ଘଟଣାକୁ ନିନ୍ଦା କଲେ ବିଜୟ ପଟ୍ଟନାୟକ । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଦେଇ ସମାଲୋଚନା କରିଛନ୍ତି ବିଜୟ । 5T ଟି-ସାର୍ଟ ପିନ୍ଧି ଯେପରି ବାଡ଼ି ଧରି ବୁଲାଉଛନ୍ତି, ବିବ୍ରତ କରୁଛି ।
ଏମାନେ ଓଡ଼ିଆମାନଙ୍କୁ କ’ଣ ଭାବୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଓଡ଼ିଆମାନଙ୍କର ଚାକିରି ନେଲେ, କଣ୍ଟ୍ରାକ୍ଟ ନେଲେ, ଟ୍ରାନ୍ସପୋର୍ଟ ନେଲେ । ବର୍ତ୍ତମାନ ଓଡ଼ିଆମାନଙ୍କୁ ବୁଲିବୁଲି ବାଡ଼େଇବା ଆରମ୍ଭ କରିଛନ୍ତି । ଓଡ଼ିଶା ଲୋକେ ବରଦାସ୍ତ କରିବେ ନାହିଁ, କଂଗ୍ରେସ ଦୃଢ଼ ପ୍ରତିବାଦ କରିବ ବୋଲି କହିଛନ୍ତି ବିଜୟ । ଯେଉଁମାନେ ବିରୋଧ କରିଛନ୍ତି ଧନ୍ୟବାଦ, ସମସ୍ତଙ୍କୁ ବିରୋଧ ପାଇଁ ଆହ୍ୱାନ କରିଛନ୍ତି ବିଜୟ ପଟ୍ଟନାୟକ ।

Show More

Related Articles

Back to top button