Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ପବିତ୍ର ରାକ୍ଷୀ ପର୍ଣ୍ଣିମା, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି। ଖଣ୍ଡିଏ ସୂତାରେ ଯୋଡ଼ି ହୋଇଯାଏ ଜୀବନ ସାରାର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ।

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ପର୍ବ ଭାଇ-ଭଉଣୀଙ୍କ ଅତୁଟ ପ୍ରେମର ପ୍ରତୀକ ଅଟେ । ଏହାକୁ ବେଶ୍ ଉତ୍ସାହର ସହ ପାଳନ କରାଯାଏ । ତେବେ ଆସନ୍ତୁ ଏହି ଶୁଭ ଅବସରରେ ଦେଶର ମହିଳାଙ୍କ ପାଇଁ ଅଧିକ ସୁରକ୍ଷିତ ଓ ସମାନତାପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ସଂକଳ୍ପ ନେବା ବୋଲି ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । କୁନି କୁନି ସ୍କୁଲ ପିଲାମାନେ ପ୍ରଧାନମନ୍ତ୍ରୀଙ୍କହାତରେ ରାଖୀ ବାନ୍ଧିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା । କାଲି ଗହ୍ମା ପୂର୍ଣ୍ଣିମା, ବଳଭଦ୍ରଙ୍କ ଜନ୍ମଦିନ । ଆସନ୍ତାକାଲି ବଡଠାକୁର ବଳଭଦ୍ରଙ୍କ ଜନ୍ମଦିନ ପାଳନ କରାଯିବ । ତେଣୁ ଭଉଣୀ ସୁଭଦ୍ରା ଦୁଇ ଭାଇ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ ।

Show More

Related Articles

Back to top button