ଦେଶସ୍ୱତନ୍ତ୍ର

କେନ୍ଦ୍ର ସରକାରଙ୍କ ଦଶହରା ଭେଟି,ଅକ୍ଟୋବର ପହିଲା ସୁଦ୍ଧା ଚାଷୀଙ୍କ ଖାତାକୁ ଯିବ ପିଏମ କିଷାନ ଟଙ୍କା

ପିଏମ କିଷାନ ଖାତାଧାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ଦଶହରା ଭେଟି ।  ଅକ୍ଟୋବର ପହିଲା ସୁଦ୍ଧା ଚାଷୀଙ୍କ ଖାତାକୁ ଯିବ ପିଏମ କିଷାନ ଟଙ୍କା । ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗଣମାଧ୍ୟମର ରିପୋର୍ଟ ମୁତାବକ କେନ୍ଦ୍ର ସରକାର ଚଳିତମାସ ୩୦ ତାରିଖ ଅର୍ଥାତ ୨ ଦିନ ପରେ ଦେଶର କୋଟି କୋଟି ଚାଷୀଙ୍କ ଖାତାକୁ ୧୨ ତମ କିସ୍ତି ଟଙ୍କା ପଠାଯିବ । ଏବେ ଦଶହରା ଚାଲୁଥିବାରୁ ଏହା ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଦଶହରା ଭେଟି ବୋଲି କୁହାଯାଉଛି ।

କେନ୍ଦ୍ର ସରକାର ଏପ୍ରିଲ ୧ତାରିଖରୁ ଜୁଲାଇ ମାସ ମଧ୍ୟରେ ଚାଷୀଙ୍କ ଖାତାକୁ ଏହି ଯୋଜନାର ପ୍ରଥମ କିସ୍ତି ପଠାଇଥାନ୍ତି।ଏହାପରେ ଅଗଷ୍ଟ ୧ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଦ୍ୱିତୀୟ କିସ୍ତି ଓ ଡିସେମ୍ବର ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ତୃତୀୟ କିସ୍ତି ଜମା କରିଥାନ୍ତି ।ଏପର୍ଯ୍ୟନ୍ତ ସରକାର ଏହି ଯୋଜନାରେ ୧୧ତମ କିସ୍ତି ଚାଷୀଙ୍କ ଖାତାରେ ଜମା କରିସାରିଛନ୍ତି ।

Show More

Related Articles

Back to top button