ଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଜସ୍ଥାନ ରାଜନୀତି ରାଷ୍ଟ୍ରପତି ଶାସନ ଆଡକୁ ଗତି କରୁଥିବା ଚର୍ଚ୍ଚା ହେଉଛି

ଜୟପୁର : ରାଜସ୍ଥାନ ରାଜନୀତିରେ ଘଣ୍ଟାକୁ ଘଣ୍ଟା ପରିବର୍ତ୍ତନ ହେଉଥିବା ବେଳେ ଏବେ ରାଷ୍ଟ୍ରପତି ଶାସନ ଆଡକୁ ଗତି କରୁଥିବା ଚର୍ଚ୍ଚା ହେଉଛି। ରାଜନୈତିକ ସଙ୍କଟ ଓ ୯୨ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବାଚସ୍ପତି ସିପି ଯୋଶୀଙ୍କ ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ସହ ରାଜ୍ୟ ରାଷ୍ଟ୍ରପତିଙ୍କ ଶାସନ ଆଡକୁ ଗତି କରୁଛି ବୋଲି କୁହାଯାଉଛି । ବର୍ତ୍ତମାନ ସମସ୍ତ ନଜର ରାଜ ଭବନ ଉପରେ ରହିଛି । ବିରୋଧୀ ଦଳ ବିଜେପି ବର୍ତ୍ତମାନ ୱେଟ ଆଣ୍ଡ ୱାଚ ନୀତି ଆପଣେଇବା ସହ ସଠିକ ସମୟକୁ ଅନେଇ ବସିଛି। ବିଜେପିର ନେତାମାନେ ବାଚସ୍ପତି ସିପି ଯୋଶୀଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି, ଯାହା ପରେ ଦଳ ରାଜ ଭବନର ଦାରସ୍ଥ ହୋଇ ପାରିବେ । ବର୍ତ୍ତମାନେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଏବେ ସେ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେବେ ରାଜସ୍ଥାନର ରାଜନୀତିରେ ବରିଷ୍ଠ ନେତାଙ୍କ ସହ ତାଙ୍କର ଆଲୋଚନା ହେବାର ସମ୍ଭାବନା ଅଛି । ଏହି ସମୟରେ ବିଧାନସଭାରେ ବିରୋଧୀ ଦଳର ଉପନେତା ରାଜେନ୍ଦ୍ର ରାଥୋଡ କହିଛନ୍ତି ଯେ, ଯେତେବେଳେ ୯୦ ପ୍ରତିଶତ ବିଧାୟକ ଓ ସରକାରଙ୍କ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ବୈଠକ ଡାକି ବିଧାନସଭା ଭଙ୍ଗ କରିବାକୁ ଘୋଷଣା କରିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ପୁରା ସ୍ଥିତି ଉପରେ ନଜର ରଖିଛି ।ଅନ୍ୟପଟେ ୯୨ ବିଧାୟକଙ୍କ ଇସ୍ତଫା ପତ୍ର ବାଚସ୍ପତି ଗ୍ରହଣ ନକରିବାକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ବିଜେପି ରାଜ୍ୟ ସଭାପତି ତଥା ବିରୋଧୀ ଦଳର ଉପନେତା କହିଛନ୍ତି ଯେ ଦଳର ବିଧାୟକମାନେ ଦେଇଥିବା ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିବା ଉଚିତ୍ । ବିଜେପି ରାଜ୍ୟ ସଭାପତି ସତୀଶ ପୁନିୟା କହିଛନ୍ତି, କଂଗ୍ରେସ ବିଧାୟକମାନେ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି । ଏଭଳି ପରିସ୍ଥିତିରେ ବିଧାନସଭାର ବାଚସ୍ପତି ସିପି ଯୋଶୀ ଏହାକୁ ଗ୍ରହଣ କରିବା ଉଚିତ୍, କଂଗ୍ରେସରେ ଅସନ୍ତୋଷର କାରଣ କାହିଁକି ରାଜ୍ୟବାସୀ ବହନ କରିବେ ବୋଲି ସେ କହିଛନ୍ତି।

Show More

Related Articles

Back to top button