ଓଡ଼ିଶାଦୁର୍ଘଟଣା

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଔଷଧ ବିତରଣ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଔଷଧ ବିତରଣ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାରେ ଅନେକ ଔଷଧ ଜଳିଯାଇଛି । ବର୍ତ୍ତମାନ ଔଷଧ ବିତରଣ ବନ୍ଦ ରହିଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରର ଗୋଦାମ ଘରୁ ହଠାତ୍‌ ଧୂଆଁ ବାହାରିବାର ଦେଖାଯାଇଥିଲା । ଏହାପରେ ହୁତୁହୁତୁ ହୋଇ ନିଆଁ ଜଳିବା ଆରମ୍ଭ କରିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଦମକଳବାହିନୀକୁ ଖହର ଦେଇଥିଲେ । ଖବର ପାଇ ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ।

ତେବେ ଅଗ୍ନିକାଣ୍ଡର କାରଣ ବିଷୟରେ ସ୍ପଷ୍ଟ ଜଣାପଡିନଥିବାବେଳେ ନିରାମୟ କେନ୍ଦ୍ର ଝରକା ଖୋଲାଥିବାରୁ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି।

Show More

Related Articles

Back to top button