କଳା ସଂସ୍କୃତି ଓ ସାହିତ୍ୟ

ଭାଇ ଭଉଣୀଙ୍କର ସ୍ନେହ ମମତାର ବନ୍ଧନ ରକ୍ଷା ବନ୍ଧନ

ବିଭିନ୍ନ ପରମ୍ପରା ଓ ପର୍ବ କୁ ନେଇ ଆମ ସଂସ୍କୃତି । ସେହି ସଂସ୍କୃତି ରେ ଲୁଚି ରହିଛି ଆନେକ୍ ମହତ୍ତ୍ଵ । ସେହି ମଧ୍ୟରୁ ଗୋଟିଏ ହେଲା ରକ୍ଷା ବନ୍ଧନ ।

ଶ୍ରାବଣ ପୂର୍ଣ୍ଣିମା ଦିନକୁ ଆମେ ରକ୍ଷା ବନ୍ଧନ ଭାବରେ ପାଳନ କରିଥାଉ , ଯାହାର ଅନ୍ୟ ନାମ ହେଉଛି ଗହ୍ମା ପୂର୍ଣ୍ଣିମା ।ରକ୍ଷା ବନ୍ଧନ ହିନ୍ଦୁ ଧର୍ମରେ ଗୋଟିଏ ସ୍ନେହ ଓ ସୌହାର୍ଦ୍ଦ୍ୟ ର ପର୍ବ । ଏହି ବନ୍ଧନ ଗୋଟିଏ ଏପରି ବନ୍ଧନ ଯାହା ଗୋଟିଏ ରକ୍ଷା ସୂତ୍ର ଅଟେ ଯାହା ଭଉଣୀ ର ସ୍ନେହ ଦ୍ଵାରା ଭାଇ କୁ ସମସ୍ତ ସଙ୍କଟ ରୁ ଦୁରେଇ ରଖିଥାଏ । ଏହା ଏପରି ଗୋଟିଏ ପବିତ୍ର ବନ୍ଧନ ଯାହା ସମ୍ପର୍କ କୁ ଅଧିକ ନିବିଡ଼ କରିଥାଏ । ସମଗ୍ର ଭାରତ ବର୍ଷରେ ଏହି ପର୍ବଟି କୁ ଖୁବ୍ ଉତ୍ସାହ ର ସହିତ ପାଳନ କରାଯାଏ ।ଭାଇ ଭଉଣୀ ଙ୍କ ର ଏତେ ସୁନ୍ଦର ସମ୍ପର୍କ ହୁଏତ ବିଶ୍ବରେ ଆଉ କେଉଁଠି ଦେଖିବାକୁ ମିଳିବ ନାହିଁ । ସେହି ସମ୍ପର୍କରେ ଏପରି ଗୋଟିଏ ପବିତ୍ରତା ରହିଥାଏ ଯାହା ଏହି ପବିତ୍ର ଭୂମିରେ ଚିର ସ୍ମରଣୀୟ ଅଟେ । ଘରର ଅଗଣା ରେ ଖେଳୁଥିବା ଭାଇ ଓ ଭଉଣୀଙ୍କ ମଧ୍ୟରେ ଅନେକ ମତାନ୍ତର ଓ ମନାନ୍ତର ହୋଇଥିଲେ ସୁଧା ରାକ୍ଷୀ ପୂର୍ଣ୍ଣିମା ଦିନ ତାହା ସବୁ ମିଳେଇ ଯାଏ । କାରଣ ଏହି ଦୁଇଟି ସମ୍ପର୍କ ଏତେ ନିବିଡ ଯେ ତାହାକୁ ବିଶ୍ଵର କୌଣସି କାରଣ ଦୂରେଇ ପାରି ନଥାଏ । ତାହା ହେଉଛି ଆମର ରକ୍ଷା ବନ୍ଧନ ।

ପୁରାଣ ଯୁଗରୁ ରକ୍ଷା ବନ୍ଧନ ର ମହତ୍ତ୍ଵ ରହିଛି । ମାନ୍ୟତା ଅନୁସାରେ ଯେତେବେଳେ ଶ୍ରୀକୃଷ୍ଣ ଶିଶୁପାଳଙ୍କ ବଧ କରିଥିଲେ ସେହି ସମୟରେ ଶ୍ରୀକୃଷ୍ଣ ଙ୍କ ହାତରେ ଆଘାତ ଲାଗିଥିଲା । ସେହି ସମୟରେ ଦ୍ରୌପଦୀ ନିଜ ଲୁଗାରୁ ଖଣ୍ଡିଏ ଛିଡାଇ ଶ୍ରୀକୃଷ୍ଣ ହାତ ରେ ବାନ୍ଧି ଦେଇଥିଲେ । ସେହି ଦିନ ଶ୍ରାବଣ ପୂର୍ଣ୍ଣମୀ ଥିଲା ଓ ବସ୍ତ୍ର ହରଣ ସମୟରେ ଭଗବାନ୍ ଶ୍ରୀକୃଷ୍ଣ ଦ୍ରୌପଦୀ ଙ୍କୁ କୋଟି ବସ୍ତ୍ର ଦେଇ ଲଜ୍ଜା ରୁ ନିବାରଣ କରିଥିଲେ ।ରକ୍ଷା ବନ୍ଧନ ଦିନଟି ହେଉଛି ବଳଭଦ୍ର ଙ୍କ ଜନ୍ମଦିନ ଅଟେ । ଏହିଦିନ ଆମ ଓଡ଼ିଆ ଘରେ ବଳଭଦ୍ର ଙ୍କ ପୂଜା ସହିତ ବଳଦଙ୍କୁ ମଧ୍ୟ ପୂଜା କରାଯାଇଥାଏ ଓ ଘରେ ଯେଉଁ ପିଠା ହୋଇଥାଏ ତାହା ବଳଦଙ୍କୁ ଖାଇବାକୁ ଦିଆଯାଏ ଓ ବଳଦ ଙ୍କୁ ରାକ୍ଷୀ ମଧ୍ୟ ବନ୍ଧା ଯାଇଥାଏ ।ଏହିଦିନ ଭାଇକୁ ଭଉଣୀ ଚନ୍ଦନ ସିନ୍ଦୂର ଲଗାଇ ଦ୍ଵିପ ଜଳାଇ ବନ୍ଦାଇ ଥାଏ ଓ ଏହାପରେ ତାକୁ ରାକ୍ଷୀ ବାନ୍ଧି ମିଠା ଖୁଆଇ ଦେଇଥାଏ । ଭାଇ ମଧ୍ୟ ଭଉଣୀକୁ ସବୁ ସଙ୍କଟରୁ ରକ୍ଷା କରିବାର ବଚନ ଦିଏ । ଏହି ପର୍ବଟିରେ ପରସ୍ପର ର ସହଯୋଗ ଓ ରକ୍ଷା କରିବାର ସହମତି ଭାଇ ଭଉଣୀ ଦେଇ ଥାଆନ୍ତି ।

Show More

Related Articles

Back to top button