ଓଡ଼ିଶାବ୍ୟକ୍ତିତ୍ୱ

ଆଥଲେଟଙ୍କ ମହାନତା

ଜୀବନଠାରୁ ଆଥଲେଟଙ୍କ ପଦକ ବଡ ନୁହେଁ

() ଯେକୌଣସି ଆଥଲେଟ୍ ଙ୍କ ପାଇଁ ଅଲିମ୍ପିକ୍ ମେଡାଲ ଜିତିବା ସବୁଠାରୁ ବଡ ସ୍ୱପ୍ନ ଅଟେ । ଯେତେବେଳେ ଏହି ସ୍ୱପ୍ନ ସାକାର ହୁଏ, ଜିତିଥିବା ପଦକ ତା ଜୀବନର ସବୁଠୁ ବଡ ଉପଲବ୍ଧି ଭାବେ ବିବେଚିତ ହୁଏ । କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ସିଲଭର ମେଡାଲ ଜିତିଥିବା ଜଣେ ପୋଲାଣ୍ଡର ଆଥଲେଟ୍ କିଛି ଦିନ ପରେ ପଦକକୁ ବିକ୍ରି କରିଦେଇଛନ୍ତି । ଯାହାପରେ ସେ ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ତେବେ ଲୋକମାନେ ତାଙ୍କର ଏହି ମେଡାଲ୍ ବିକ୍ରି କରିବାର ପ୍ରକୃତ ଘଟଣା ସମ୍ପର୍କରେ ଯେତେବେଳେ ଜାଣିଲେ, ତା ପରଠୁ ତାଙ୍କ ପ୍ରତି ଲୋକଙ୍କର ସମ୍ମାନ ବହୁଗୁଣିତ ହୋଇଯାଇଛି । ଜଣେ ଶିଶୁର ହୃତପିଣ୍ଡରେ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର ଲାଗି ଆର୍ଥିକ ସହାୟତା ପାଇଁ ସେ ଏହି ମହାନ କାର୍ଯ୍ୟ କରିଛନ୍ତି । ଏହି ଆଥଲେଟ ହେଉଛନ୍ତି ମହିଳା ଜାଭେଲିନ ଥ୍ରୋୟର 25 ବର୍ଷିୟା ମାରିଆ ଆଣ୍ଡ୍ରେଜିକ୍ । ଜଣେ ଆଠ ମାସର ଶିଶୁ ର ଚିକିତ୍ସା ପାଇଁ ନିଲାମ କରିଛନ୍ତି ତାଙ୍କ ଜୀବନର ସବୁଠାରୁ ବଡ ସନ୍ତକ । ଟୋକିଓରେ ପାଇଥିବା ସନ୍ତକ ରୌପ୍ୟ ପଦକକୁ ନିଲାମ କରିଦେଇଛନ୍ତି । ଶିଶୁଟିର ଅସ୍ତ୍ରୋପଚାର ପାଇଁ 3 କୋଟି ଟଙ୍କା ଆବଶ୍ୟକ ଥିଲା ଏବଂ ଶିଶୁର ବାପା ମା ଅନଲାଇନ ମାଧ୍ୟମରେ ଫଣ୍ଡ ଜମା କରିବା ପାଇଁ କ୍ୟାମ୍ପେନ ମଧ୍ୟ କରୁଥିଲେ ।କିନ୍ତୁ ସମୟ ବିତିବା ସହ ଶିଶୁର ଅବସ୍ଥା ଗୁରୁତର ହେବାରେ ଲାଗିଲା । ଫଣ୍ଡ ଜରିଆରେ ଶିଶୁଟିର ବାପା ମାଆ କିଛି ପଇସା ଯୋଗାଡ କରିଥିଲେ । ହେଲେ ତାହା ଯଥେଷ୍ଟ ନଥିଲା । ଏଥି ମଧ୍ୟରେ ଯେତେବେଳେ ଏ ସମ୍ପର୍କରେ ମାରିଆ ସୂଚନା ପାଇଥିଲେ ସେହି ସମୟ ଠାରୁ ସେ ଶିଶୁର ଚିକିତ୍ସା ପାଇଁ ସହାୟତାର ହାତ ବଢାଇ ଦେଇଥିଲେ । ପରେ ସେ ଫେସବୁକ ପୋଷ୍ଟରେ ଘୋଷଣା କରିଥିଲେ ଯେ ସେ ସେହି ଶିଶୁ ପାଇଁ ପଦକ ନିଲାମ କରିବା ପାଇଁ ଯାଉଛନ୍ତି ।

Show More

Related Articles

Back to top button