କଳା ସଂସ୍କୃତି ଓ ସାହିତ୍ୟ

ରକ୍ଷା ବନ୍ଧନରେ ଏପରି କିଛି ଜିନିଷ ଅଛି ଯାହାକୁ ଭଉଣୀ ମାନଙ୍କୁ ଦେବା ଉଚିତ୍ ନୁହେଁ

ଜାଣିବା ପାଇଁ ଆସନ୍ତୁ ପଢିବା ସମ୍ପୂର୍ଣ ଖବର

ଚଳିତ ମାସ ୨୨ତାରିଖ ରବିବାର ଦିନ ରକ୍ଷା ବନ୍ଧନ ଅଟେ । ଏହିଦିନ ଆମ ହିନ୍ଦୁ ପରିବାରର ସମସ୍ତ ଭାଇ ମାନଙ୍କୁ ଭଉଣୀ ମାନେ ରାକ୍ଷୀ ବାନ୍ଧି ଥାଆନ୍ତି । ଏହିଦିନ ର ବିଶେଷ ମହତ୍ତ୍ଵ ରହିଛି । ତେଣୁ ଆମେ ଦେଖିବାକୁ ପାଇଥାଉ ସବୁ ଭାଇ ତାଙ୍କ ଭଉଣୀ ଙ୍କୁ କିଛି ଗୋଟିଏ ବିଶେଷ ଜିନିଷ ଉପହାର ଭାବରେ ଦେଇ ଥାଆନ୍ତି । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ଭଉଣୀ ମାନଙ୍କୁ ଦେବା ଉଚିତ୍ ନୁହେଁ ।
* କାଚ ତିଆରି ଜିନିଷ – ଆମେ ପ୍ରାୟ ଦେଖିବାକୁ ପାଇଥାଉ କାଚ ରେ ତିଆରି ସୁନ୍ଦର୍ ଜିନିଷ ବଜାରରେ ବିକ୍ରି ହୋଇଥାଏ । କିନ୍ତୁ ଧାର୍ମିକ ମହତ୍ତ୍ଵ ହିସାବରେ କାଚରେ ତିଆରି ଜିନିଷ ନିଜ ଭଉଣୀକୁ ଉପହାର ଦେବା ଉଚିତ୍ ନୁହେଁ । ଏହାଦ୍ବାରା ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ ।
* ରୁମାଲ – କେବେବି ଜୀବନରେ ନିଜର ଆତ୍ମୀୟଙ୍କ ପାଇଁ ରୁମାଲ୍ ଉପହାର ଦେବା ଉଚିତ୍ ନୁହେଁ । ରୁମାଲ ଉପହାର ଦେବା ଦ୍ଵାରା ସମ୍ପର୍କ ଖରାପ୍ ହୋଇଥାଏ ।

 

* ଏହି ରଙ୍ଗର ବସ୍ତ୍ର – ରକ୍ଷା ବନ୍ଧନ ଦିନ ନିଜ ଭଉଣୀକୁ କେବେବି କଳା ରଙ୍ଗର ବସ୍ତ୍ର ଉପହାର ଦେବା ଉଚିତ୍ ନୁହେଁ । ଏପରି ବସ୍ତ୍ର ଦେଲେ ଜୀବନରେ ଅସନ୍ତୋଷ ସୃଷ୍ଟି କରିଥାଏ । ବିଶେଷ କରି ହଳଦିଆ , ନାଲି କିମ୍ବା ସବୁଜ ରଙ୍ଗର ବସ୍ତ୍ର ଉପହାର ଦେଲେ ଜୀବନରେ ଅସୁବିଧା ଦୁର ହୋଇଥାଏ ।
* ଘଡି ଅଟକାଇ ଥାଏ ପ୍ରଗତି – ଅଧିକାଂଶ ସମୟ ଭାଇମାନେ ଉପହାର ଭାବରେ ଭଉଣୀକୁ ଘଡି ଦେଇ ଥାଆନ୍ତି । କିନ୍ତୁ ମାନ୍ୟତା ରହିଛି ଯେ ଏହି ଉପହାର ଜୀବନରେ ପ୍ରଗତିରେ ବାଧକ ସାଜି ଥାଏ ।
* ଭୁଲ୍ ରେ ମଧ୍ୟ ଦିଅନ୍ତୁ ନାହିଁ ଏହି ଜିନିଷ – ଅନେକ ଭଉଣୀ ନିଜ ଭାଇକୁ ରାକ୍ଷୀ ରେ ଜୋତା କିମ୍ବା ଚପଲ ଉପହାର ମାଗି ଥାଆନ୍ତି । କୁହାଯାଏ ଯେ ଏହି ଜିନିଷ ସମ୍ପର୍କ ମଧ୍ୟରେ ତିକ୍ତତା ଆଣିଥାଏ । ତେଣୁ ଜୋତା କିମ୍ବା ଚପଲ ରାକ୍ଷୀ ରେ ଉପହାର ଦେବା ଉଚିତ୍ ନୁହେଁ ।

 

Show More

Related Articles

Back to top button