ଦେଶ ବିଦେଶସ୍ୱତନ୍ତ୍ର

ସଲମାନଙ୍କୁ ନେଇ ଚର୍ଚ୍ଚା

ଓଡିଆ ପୁଅଙ୍କ ଆଗରେ ଫିକା ପଡିଲେ ସଲମାନ

() ୟଶ୍‌ ରାଜ୍‌ ଫିଲ୍ମର ବହୁ ଚର୍ଚ୍ଚିତ ଟାଇଗର୍‌ ସିରିଜ୍‌ ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଥିବାବେଳେ ଏବେ ଟ୍ରେଣ୍ଡିଂରେ ରହିଛି ‘ଟାଇଗର୍‌-୩’ ଫିଲ୍ମ। ଖୁବ୍‌ ଶୀଘ୍ର ଏହାର ରିଲିଜ୍‌ ହେଉ ବୋଲି ଫ୍ୟାନ୍ସ କମେଣ୍ଟ କରୁଛନ୍ତି । ଆତଙ୍କବାଦକୁ ଦମନ କରିବା ପରିପ୍ରେକ୍ଷୀରେ ଟାଇଗର୍‌ ଫିଲ୍ମ କାହାଣୀ ଗତିଶୀଳ। ଏହାରି ଭିତରେ ସଲମାନଙ୍କୁ ନେଇ ଆଉ ଏକ ଖବର ସୋଶିଆଲ ମିଡିଆର ଚର୍ଚ୍ଚାରେ । ବିମାନ ବନ୍ଦରରେ ଚେକିଂ ପାଇଁ ଦବଙ୍ଗ ଖାନଙ୍କୁ ଅଟକାଇ ଓଡ଼ିଆ ସିଆଇଏସଏଫ ଯବାନ ସୋମନାଥ ମହାନ୍ତି ଚର୍ଚ୍ଚାରେ । ଏହି ନୟାଗଡ ପୁଅଙ୍କ ଆଗରେ କିନ୍ତୁ ଚାଲାପାରିନି ସଲ୍ଲୁ ମିଆଁଙ୍କ ଦବଙ୍ଗଗିରି । ସଲମାନ୍‌ ଓ କ୍ୟାଟ୍ରିନା ‘ଟାଇଗର୍‌-୩’ର ଶୁଟିଂ ପାଇଁ ଋଷ୍ ଗସ୍ତବେଳେ ସେମାନଙ୍କୁ ମୁମ୍ବାଇ ଏୟାର ପୋର୍ଟରେ ଦେଖିବାକୁ ମିଳିଥିଲା। ଉଭୟ ଅଲଗା ଅଲଗା ଗାଡ଼ିରେ ଆସି ପହଞ୍ଚିଥିଲେ ମଧ୍ୟ କଳା ପୋଷାକରେ ଥିଲେ ଉଭୟ। ଯେଉଁଠି ତାଙ୍କୁ ଚେକିଂ ପାଇଁ ଅଟକାଇଥିଲେ ଦାୟିତ୍ୱରେ ଥିବା ଓଡିଆ ସିଆଇଏସଏଫ ଜବାନ ସୋମନାଥ ମହାନ୍ତି । ଯେମିତି ଲାଗୁଥିଲା ସିଲଭର ସ୍କ୍ରିନରେ ଦମଦାର ଆକ୍ସନ ଦେଖାଇ ଦବଙ୍ଗ ସାଜୁଥିବା ସଲମାନଙ୍କ ଆଗ୍ରେସିଭନେସ ଯେମିତି କୁଆଡେ ଉଭେଇ ଯାଇଥିଲା । ଯାହାକୁ ଦେଖି ସେଠାରେ ଉପସ୍ଥିତ ଯାତ୍ରି ବି ଅଟକି ଯାଇଥିଲେ । ସଲମାନ ବି ନିୟମକୁ ସମ୍ମାନ ଜଣାଇ ସହଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଫ୍ୟାନଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି । ସେହି ଭିଜୁଆଲ ଏବେ ସୋସିଆଲ ସାଇଟରେ ଖୁବ୍ ଭାଇରାଲ ହେଉଛି । ସେପଟେ ଖୁବ୍‌ ଶୀଘ୍ର ଟାଇଗର୍‌ ସିରିଜ୍‌ ନୂତନ ପାର୍ଟ ଆସିବ ବୋଲି ଦର୍ଶକ ଆଶା ରଖିଛନ୍ତି ।

Show More

Related Articles

Back to top button