ବଲିଉଡ

ମୁମ୍ବାଇ ଏବଂ ଅନ୍ୟାନ୍ୟ ସହରରେ ହୋଇଥିବା ବଳାତ୍କାର ଉପରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବଲିଉଡ ସେଲିବ୍ରିଟି

ବଲିଉଡର ଜଣାଶୁଣା ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ମୁମ୍ବାଇ, ବିଜନୋର ଏବଂ ଛତିଶଗଡ ଭଳି ସହରରେ ଘଟିଥିବା ଜଘନ୍ୟ ବଳାତ୍କାର ଅପରାଧ ଉପରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିକଟରେ ମୁମ୍ବାଇର ସାକିନାକା ଅଞ୍ଚଳରେ ଏକ ଅଟୋ ଭିତରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ବଳାତ୍କାର କରାଯାଇଥିଲା ଏବଂ ସେ ମୃତ୍ୟୁ ସହ ସଂଗ୍ରାମ କରି କରି ଗତ ଶନିବାର ସକାଳେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି ।

ଏହି ହୃଦୟ ବିଦାରକ ଘଟଣା ଉପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏ ସଂପର୍କରେ ବଲିଉଡର ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ସୋଶାଲ ମିଡିଆରେ ସେମାନଙ୍କର ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସୋଫି ଚୌଧୁରୀ ଏ ସଂପର୍କରେ ମନ୍ତବ୍ୟ ଦେଇଛନ୍ତି, “ ବଳାତ୍କାର ବିରୋଧରେ ଆମର କଠୋର ନିୟମ ଏବଂ ଦଣ୍ଡ ନହେବା ପର୍ଯ୍ୟନ୍ତ କିଛି ପରିବର୍ତ୍ତନ ହେବ ନାହିଁ।”

ମଲାଇକା ଆରୋରା ଭଙ୍ଗା ହୃଦୟ ଇମୋଜି ପୋଷ୍ଟରେ ପକାଇ ଦେଇଥିବା ବେଳେ କରୀନା କପୁର ଖାନ ଏହାକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାନ ଇମୋଜିରେ ସେୟାର କରିଛନ୍ତି । ଆଲିଆ ଭଟ୍ଟ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମର ଷ୍ଟୋରୀରେ ଲେଖିଛନ୍ତି, “ ଏହା ଅତ୍ୟନ୍ତ କ୍ରୋଧଦାୟକ” ।  ତାପସୀ ପନ୍ନୁ ଲେଖିଛନ୍ତି, “ଆଜି ସମ୍ବାଦ .. ପ୍ରତିଦିନ .. ଏହିପରି ଚାଲିଥାଏ” । ଅର୍ଜୁନ କପୁର ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଲେଖିଛନ୍ତି, “କିଛି ପରିବର୍ତ୍ତନ କରିବାକୁ ପଡ଼ିବ” ଏବଂ ପରେ ଏକ ଭଙ୍ଗା ହୃଦୟର ଇମୋଜି । ଏଭଳି ନିନ୍ଦନୀୟ ଏବଂ ଦୁଃଖ ପୂର୍ଣ୍ଣ ପ୍ରସଙ୍ଗ ପାଇଁ ସମସ୍ତେ ଦୁଃଖ ବ୍ୟକ୍ତ କରିଛନ୍ତି ।

ଉତ୍କଳ ପ୍ରହରୀ- ଆମେ ସମସ୍ତେ ତ ଖାଲି ପୀଡିତାଙ୍କ ପାଇଁ ସହାନୁଭୂତି ଦେଖାଇପାରିବା ହେଲେ ଏହା କେତେ ଯେ ଭୟଙ୍କର ତାହା କେବଳ ଅନୁଭବି ମାନଙ୍କୁ ଜଣା । ଆଜି ବି ସମାଜରେ ନାରୀ ପରାଧୀନ ଏବଂ ଅବହେଳିତ ।

 

 

Show More

Related Articles

Back to top button