Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଯୁକ୍ତ ୨ ନାମଲେଖା ପାଇଁ ପ୍ରକାଶ ପାଇବ ମେଧା ତାଲିକା

ଆଜି ଯୁକ୍ତ ୨ ନାମଲେଖା ପାଇଁ ପ୍ରକାଶ ପାଇବ ମେଧା ତାଲିକା । ଆଜି ପୂର୍ବାହ୍ନ ସାଢ଼େ ୧୧ଟା‌ରେ ତାଲିକା ପ୍ରକାଶ ସହ ବିଭିନ୍ନ କଲେଜ କଟ୍‌ ଅଫ୍‌ ମାର୍କ ମଧ୍ୟ ଉପଲବ୍ଧ ହେବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୧୪ରୁ ୨୧ତାରିଖ ମଧ୍ୟରେ ହେବ । ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍‌ ଲେଟର୍‌ରେ ସବିଶେଷ ତଥ୍ୟ ରହିବ ।  ନାମଲେଖା ସମୟରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଯେପରି  ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂ, ବିଶୋଧନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜର ଅଧ୍ୟକ୍ଷଙ୍କୁ କୁହାଯାଇଛି । ପ୍ରତି ଘଣ୍ଟାରେ ଅତିବେଶିରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ମିଳିବ । ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବ । ପୂର୍ବାହ୍ନ ୯ଟାରୁ ଅପରାହ୍‌ଣ ଗୋଟାଏ ଓ ଅପରାହ୍‌ଣ ଗୋଟାଏରୁ ୫ଟା ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବାନେଇ ନିଷ୍ପତ୍ତି ହୋଇଛି ।

 

Show More

Related Articles

Back to top button