ବଲିଉଡମୁଖ୍ୟ ଖବରସେଲିବ୍ରିଟି

ହାପି ବର୍ଥ ଡେ ଭାଇଜାନ

ଆଜି ବଲିଉଡ଼ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଜନ୍ମଦିନ । ଆଜି ୫୬ବର୍ଷରେ ପାଦ ଥାପିଛନ୍ତି ଅଗଣିତ ଦର୍ଶକଙ୍କ ପ୍ରିୟ ଭାଇଜାନ । ଦୀର୍ଘଦିନ ଧରି ବଲିଉଡ଼ରେ ରାଜ କରୁଛନ୍ତି ସଲ୍ଲୁ । ବଲଉଡ଼ରେ ସୁଲତାନ୍, ଭାଇଜାନ, ଦବଙ୍ଗ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ସୁପରଷ୍ଟାର ସଲମାନଙ୍କ ଆଜି ଜନ୍ମଦିନ । ବର୍ଥ ଡ଼େ ଅବସରରେ ତାଙ୍କ ପାଖକୁ ଦେଶ, ବିଦେଶରୁ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।

ପ୍ରତିବର୍ଷ ସେ ତାଙ୍କ ପାନଭେଲ ଫାର୍ମହାଉସରେ ପରିବାର ଏବଂ ବନ୍ଧୁମାନଙ୍କ ପାଇଁ ଏକ ବଡ଼ ଜନ୍ମଦିନ ପାଳନ କରିଥାନ୍ତି । ଆଜି ମଧ୍ୟ ସମାନ ରହିଥିଲା । ସଲମାନ ଖାନଙ୍କୁ ରବିବାର ରାତିରେ ଏକ ସାପ କାମୁଡ଼ି ଦେଇଥିଲା । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ପରିବାର ସଦସ୍ୟ ସହ ଜନ୍ମଦିନ ପାଳନ କରିଥିଲେ । ଏହାପରେ ସଲମାନ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ସେମାନଙ୍କ ପାଇଁ ପୋଜ୍ ଦେଇଥିଲେ । ତାଙ୍କ ଫାର୍ମହାଉସରୁ ଅନେକ ଭିଡ଼ିଓ ଓ ଫଟୋ ଭାଇରାଲ ହୋଇଛି ।

ଭାଇ ଭାବରେ ଲୋକପ୍ରିୟ ହାସଲ କରିଥିବା ସଲମାନ ଖାନ ବହୁ ଲୋକଙ୍କ ପ୍ରେରଣା ମଧ୍ୟ ପାଲଟିଛନ୍ତି । ଦର୍ଶକ ତାଙ୍କ ଆକ୍ସନ, ରୋମାନ୍ସ ଓ ସବୁ ଚରିତ୍ରକୁ ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି । ୧୯୬୫ ଡ଼ିସେମ୍ବର ୨୭ତାରିଖରେ ମଧ୍ୟପ୍ରଦେଶରେ ସଲମାନଙ୍କର ଜନ୍ମ । ୧୯୮୮ରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଡ଼ରେ ଡ଼େବ୍ୟୁ କରିଥିଲେ । ୧୯୮୯ରେ ହିରୋ ଭାବେ ‘ମେନେ ପ୍ୟାର କିୟା’ରେ କାମ କରିବାର ସୁଯୋଗ ପାଇଥିଲେ । ପରେ ପରେ ‘ହମ୍ ଆପକେ ହେ କୌନ୍’, ‘ଦବଙ୍ଗ’, ‘ୱାଣ୍ଟେଡ଼୍’, ‘ବଜରଙ୍ଗୀ ଭାଇଜାନ’ ଭଳି ଅନେକ ଫିଲ୍ମ କରି ଦର୍ଶକଙ୍କ ବେଶ୍ ପ୍ରିୟ ହୋଇପାରିଛନ୍ତି ।

Show More

Related Articles

Back to top button