Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧- ବାହାଘରର ୬ ମାସ ପରେ ମଥାରୁ ଲିଭିଗଲା ସିନ୍ଦୂର । ଗୁଡି ସୂତା କାଟିଦେଲା ସ୍ୱାମୀଙ୍କ ବେକ । ପୁଣି ଜୀବନ ନେଲା ମାଞ୍ଜା ସୂତା । ମାଞ୍ଜା ସୂତା ବା ଗୁଡି ସୂତାରେ ବେକ କଟି ଯୁବକ ମୃତ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ପୀରବଜ଼ାର ଅଞ୍ଚଳରେ । ମୃତ ଯୁବକ ହେଲେ ଜୟନ୍ତ ସାମଲ ଓ ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ ।

୨- ପ୍ରତିଷ୍ଠା ଦିବସରେ ଟାର୍ଗେଟ୍ ସ୍ଥିର କଲେ ବିଜେଡି ସୁପ୍ରିମୋ । କହିଲେ ୫ବର୍ଷରେ ୧୦ ପ୍ରତିଶତ ଗରିବୀ ହ୍ରାସ ରହିବ ଲକ୍ଷ୍ୟ ।

୩- ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଶାଳୀନତାର ପାଠ ପଢାଇଲେ ଡିଏସପି ।

୪- ବୁଷ୍ଟର ଡୋଜ୍ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ୭ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ମିଳିବ ତୃତୀୟ ଡୋଜ୍ ।

୫- ବକ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ, କହିଲେ କେବେବି କହିନି ଫେରିବ ଆଇନ ।

୬- ଓଡିଶାରେ ଚିହ୍ନଟ ହେଲେ ଆଉ ୪ ଓମିକ୍ରନ ଆକ୍ରାନ୍ତ । ମୋଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ନାଇଜେରିଆ ଫେରନ୍ତା ।

୭- ଥରୁଛି ସାରା ଓଡ଼ିଶା: ଘନକୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା ।

୮- ଲୁଧିଆନା କୋର୍ଟ ବିସ୍ଫୋରଣ ପଛରେ ଖଲିସ୍ଥାନୀ ଲିଙ୍କ୍ । କୋର୍ଟ ପରିସରରେ ବିସ୍ଫୋରଣ ପଛର ଖିଅ ଖୋଜୁଛି ତଦନ୍ତକାରୀ ଟିମ୍ ।

୯- ପାରାଦୀପରେ ବାଂଲାଦେଶୀ ବୋଟ୍‌ ସହ ୨୨ ମତ୍ସ୍ୟଜୀବୀ ଉଦ୍ଧା‌ର ।

୧୦- ସନ୍ନି ଲିଓନୀଙ୍କ ବିବାଦୀୟ ‘ମଧୁବନ ମେ ରାଧିକା ନାଚେ’: ୩ ଦିନ ମଧ୍ୟରେ ଗୀତ ବଦଳାଇବ ‘ସାରେଗାମା’

୧୧- ଓମିକ୍ରନ ଭୟ ମଧ୍ୟରେ ଆଶ୍ୱସ୍ତି: ରୋଗୀଙ୍କୁ ଦରକାର ପଡ଼ୁନାହିଁ ଅକ୍ସିଜେନ- ଡା. ସୁରେଶ କୁମାର ।

୧୨- ନର୍ଥଇଷ୍ଟରୁ ହଟିବ AFSPA: ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବୈଠକ ।

୧୩- ଆଖି ଉଠାଇ ଦେଖିପାରିବେନି ଶତ୍ରୁ ଦେଶ: ବ୍ରହ୍ମୋସ ମିସାଇଲ ୟୁନିଟ୍ ଉଦଘାଟନରେ ରକ୍ଷାମନ୍ତ୍ରୀଙ୍କ ଚେତାବନୀ ।

୧୪- ସେଞ୍ଚୁରିଅନରେ ରାହୁଲଙ୍କ ସେଞ୍ଚୁରୀ, ଭାରତ ୨୭୨/୩ ।

୧୫- ଭୟ ବଢ଼ାଉଛି ଓମିକ୍ରନ । ଆଜିଠୁ ଦିଲ୍ଲୀରେ ଲାଗୁ ହେବ ନାଇଟ କର୍ଫ୍ୟୁ କଟକଣା ।

Show More

Related Articles

Back to top button