ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଦିଲ୍ଳୀ ପୋଲିସର ବଡ ସଫଳତା, ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର

ଦିଲ୍ଳୀ ପୋଲିସର ବଡ ସଫଳତା । ଭାରତର ସବୁଠୁ ବଡ଼ ଗାଡ଼ି ଚୋରକୁ ଗିରଫ କରିଛି ଦିଲ୍ଳୀ ପୋଲିସ । ୧୯୯୦ ରୁ ଏପର୍ଯ୍ୟନ୍ତ ୮୦୦୦ ରୁ ଅଧିକ ଗାଡି଼ ଚୋରି କରିସାରିଛି ଅଭିଯୁକ୍ତ । ଏନେଇ ନିଜେ ଖୁଲାସା କରିଛି । ଅଭିଯୁକ୍ତ ହେଲେ ଅନୀଲ ଚୌହାନଏବଂ ସେ ଆସାମର ବାସିନ୍ଦା ।

ତେବେ ଅଭିଯୁକ୍ତ ବିରୋଧରେ ଦିଲ୍ଳୀ, ୟୁପି, ହରିୟାଣା ଏବଂ ଆସାମ ସହ ଅନ୍ୟ ରାଜ୍ୟରେ ସମୁଦାୟ ୧୮୧ ମାମଲା ରୁଜୁ ହୋଇଛି । ସର୍ବାଧିକ ୧୪୬ ମାମଲା କେବଳ ଦିଲ୍ଲୀରେ ହିଁ ରୁଜୁ ହୋଇଛି । ଏଥିସହିତ ହତିଆର ଏବଂ ଗଣ୍ଡା ସିଙ୍ଗର ମଧ୍ୟ ଚୋରାଚାଲାଣ କରୁଥିଲା ଅଭିଯୁକ୍ତ ।

ସୂଚନା ଅନୁଯାୟୀ,  ୨୦୧୫ ରେ ଅନୀଲକୁ ଆସାମ ପୋଲିସ ତତକାଳୀନ ବିଧାୟକ ରୁମୀନାଥଙ୍କ ଦ୍ୱାରା ଗିରଫ କରାଯାଇଥିଲା । ରାଜନୀତିକ ପରିଚୟ ଯୋଗୁଁ ସେ ଅସାମର କ୍ଲାସ୍ ୱାନ୍ ସରକାରୀ କଣ୍ଟ୍ରାକ୍ଟର ମଧ୍ୟ ରହିଥିଲା । ତା’ ବିରୋଧରେ ୨୦୧୫ରେ ହିଁ ଇଡି ମାମଲା ରୁଜୁ କରି ଏହାର ସବୁ ସମ୍ପତ୍ତି ଜବତ କରିଥିଲା । ଡିସିପି ଶ୍ୱେତା ସିଂହ ଚୌହାନ କହିଛନ୍ତି ଯେ ସୂଚନା ଆଧାରରେ ଅଭିଯୁକ୍ତକୁ ଦେଶବନ୍ଧୁ ଗୁପ୍ତା ରୋଡ୍ ଅଞ୍ଚଳରୁ ଗିରଫ କରାଯାଇଛି ।

ପୋଲିସ ତା’ ନିକଟରୁ ୫ ପିସ୍ତଲ, ଗୋଟିଏ ଚୋରି କାର ମଧ୍ୟ ଜବତ ହୋଇଛି । ଅଭିଯୁକ୍ତ ଜଣକ ଦିଲ୍ଲୀ ଦ୍ୱାଦଶ ପାସ୍ କରିବା ପରଠାରୁ ୯୦ ଦଶକରୁ ଗାଡ଼ି ଚୋରି କରିବା ଆରମ୍ଭ କରିଦେଇଥିଲା । ଅନେକ ଥର ସେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ମଧ୍ୟ ହୋଇଯାଇଥିଲା । ଦିଲ୍ଳୀର ହଜରତ ନିଜାମୁଦ୍ଦିନର ଏକ ମାମଲାରେ ଅଭିଯୁକ୍ତକୁ ୫ ବର୍ଷର ଦଣ୍ଡ ମଧ୍ୟ ହୋଇଥିଲା ଦିଲ୍ଳୀ ପୋଲିସ୍ ଠାରୁ ବଞ୍ଚିବା ପାଇଁ ଅଭିଯୁକ୍ତ ଅସମ ଚାଲିଯାଇଥିଲା ।

Show More

Related Articles

Back to top button